Latest Odisha News

BREAKING NEWS

ପିଙ୍କ ଶାଢୀ, କଳା ଚଷମା ଆଉ ହାତରେ ଇଭିଏମ..  ନିର୍ବାଚନରେ ଗ୍ଲାମରର ତଡକା ଲଗାଇଲେ ଲେଡି ଅଫିସର

ନୂଆଦିଲ୍ଲୀ: ରାତି ପାହିଲେ ମଧ୍ୟପ୍ରଦେଶ ନିର୍ବାଚନ  । ଇଭିଏମ ଧରି ପୋଲିଂ ଅଫିସର  ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ଗଲେଣି  । ତେବେ ମଧ୍ୟପ୍ରଦେଶର ଖରଗୋନର ଏକ ପୋଲିଂ ବୁଥକୁ ଆସିଥିବା ଏହି ମହିଳା କର୍ମଚାରୀଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।

ମହିଳା କର୍ମଚାରୀ ଜଣକ ପିଙ୍କ ଶାଢୀ, ଆଖିରେ କଳା ଚଷମା ଲଗାଇ ହାତରେ ଇଭିଏମ ଧରି ପୋଲିଂ ବୁ୍‌ଥକୁ ଆସୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଯେମିତି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଗ୍ଲାମରର ତଡକା ଲଗାଇଛନ୍ତି ଏହି ଲେଡି ଅଫିସର ।

ମତଦାନ ପୂର୍ବରୁ ଖରଗୋନରେ ଗାଢ ଗୋଲାପି ରଙ୍ଗର ଶାଢୀ ପିନ୍ଧି ଜଣେ ପୋଲିଂ ଅଫିସର ଗତକାଲି ଆସି ପହଞ୍ଚିଛନ୍ତି । tେ ହାତରେ ଇଭିଏମ ଧରି ମତଦାନ ପାଇଁ ବୁଥକୁ ଯାଉଛନ୍ତି । ସେ ଇଭିଏମ ଧରି ବାହାରକୁ ବାହାରିବା କ୍ଷଣି ସମସ୍ତଙ୍କ ଆଖି ଯେମିତି ଘଡିଏ ଅଟକି ଯାଇଥିଲା ।

ଏହି ପୋଲିଂ ଅଫିସରଙ୍କ ନାମ ବିରାଜ ନୀମା । ବିରାଜ ଇଭିଏମ ଧରି ବାହାରକୁ ବାହାରିବା କ୍ଷଣି ଲୋକେ ତାଙ୍କର ଫଟୋ ଉଠାଇବାକୁ ଲାଗିଲେ ।   ସେ ସିଏମ ରାଇଜ ସ୍କୁଲ ବିଷ୍ଟାନରେ ପ୍ରାଇମେରୀ ଶିକ୍ଷକ ଭାବେ କାମ କରନ୍ତି । ବିଧାନସଭା ନିର୍ବାଚନ ସମୟରେ ତାଙ୍କର ଡିଉଟି ଖରଗୋନର  ନୂତନ ନଗର ଅଞ୍ଚଳର ସ୍କଲରେ ପୋଲିଂ କର୍ମଚାରୀ ଭାବେ ଦାୟିତ୍ୱ ଦିଆ ଯାଇଛି ।

ସ୍ଥାନୀୟ ଲୋକଙ୍କ ମୁହଁରୁ ନିଜ ଲୁକର ପ୍ରଶଂସା ଶୁଣି ସେ କହିଥିଲେ, ପୁରୁଷବାଦୀ ସମାଜରେ ମହିଳାମାନେ ନିଜ ପରିଚୟ ସୃଷ୍ଟି କରିବା ଦରକାର । ସେମାନଙ୍କୁ ପୁରୁଷଙ୍କଠାରୁ ଅଧିକ ଆକ୍ଟିଭ ହେବା ଦରକାର । ପ୍ରତି ନିର୍ବାଚନରେ ସେ ଏହି ଦାୟିତ୍ୱ ନେଇଥାନ୍ତି । ନିଜ କାମ ଖୁବ ଦାୟିତ୍ୱ ଏବଂ ନିଷ୍ଠାର ସହ କରିଥାନ୍ତି । ନିଜ ଡ୍ରେସ ସିଲେକ୍ସନ ଭାବି ଚିନ୍ତି କରିଥାନ୍ତି ବୋଲି କହିଛନ୍ତି ।

ଏଠି ମନେ ପକେଇଦେବାକୁ ଚାହିଁବୁ, କିଛି ବର୍ଷ ତଳେ ଲକ୍ଷ୍ନୌର ପିଡବ୍ଲ୍ୟୁଡି ବିଭାଗରେ କାର୍ଯ୍ୟରତ ରିନା ଦ୍ୱିବେଦୀ ତାଙ୍କର ହଳଦିଆ ଶାଢୀ ସାଙ୍ଗକୁ କଳା ଚଷମା ପିନ୍ଧି ବେଶ ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.