Latest Odisha News

BREAKING NEWS

ବ୍ରାଉନସୁଗାର ବେପାର କରି ଗିରଫ ହେଲେ ଦାନ୍ତ ଡାକ୍ତର, ଜବତ ହେଲା ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଯାଜପୁର: ଅପରେଶନ ହ୍ଵାଇଟ ସ୍ପାଇଡର । ଯାଜପୁର ଟାଉନ ଥାନା ପୋଲିସକୁ ବଡ ସଫଳତା । ଯାଜପୁର ପ୍ରଶାସନିକ ଭବନ ନିକଟରୁ ୨୫.୦୨ ଗ୍ରାମର ବ୍ରାଉନସୁଗାର ସହ ୪ଟି ମୋବାଇଲ ଜବତ କରିଛି ପୋଲିସ । ଏଥି ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ଅଢେଇ ଲକ୍ଷ ହେବ ।

ସୂଚନା ଅନୁସାରେ, ଗତ କିଛି ଦିନ ଧରି ଯାଜପୁରର ଅଞ୍ଚଳରେ ଧଳାଜହର ବେପାର ବଢିବାରେ ଲାଗିଛି । ବେପାରି ମାନଙ୍କୁ ଧରିବାକୁ ଗତ କିଛି ଦିନ ହେବ ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ବିଶେଷ ସୁତ୍ରରୁ ଖବର ପାଇ ଯାଜପୁର ପ୍ରଶାସନିକ ଭବନ ନିକଟରେ ଚଢାଉ କରିଥିଲା ଟାଉନ ଥାନା ପୋଲିସ । ଚଢାଉ ସମୟରେ ୨୫.୦୨ ଗ୍ରାମର ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୟକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

ତେବେ ବ୍ରାଉନ ସୁଗାର ବ୍ୟବସାୟର ମାଷ୍ଟର ମାଇଣ୍ଡ  ଜଣେ ଦାନ୍ତ ଡାକ୍ତର ଥିବା ଜଣାପଡ଼ିଛି । ଏହି ଡାକ୍ତର ଜଣକ ହେଉଛନ୍ତି  ନିଗମାନନ୍ଦ ଖଟୁଆ । ସେ ମହାବୀର ଛକରେ ଏକ କ୍ଲିନିକ କରି ନିଜର ଏହି ରାକେଟ ଚଳାଇ ଆସୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି । ଅଭିଯୁକ୍ତ ଙ୍କ ବିରୋଧ ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

 

Leave A Reply

Your email address will not be published.