Latest Odisha News

କରୋନା ସଂକ୍ରମଣ ଲୁଚାଇଲେ ହେବ ଏଫ୍‌ଆଇଆର୍‌: ମଧ୍ୟପ୍ରଦେଶ ସରକାର

ଭୋପାଲ: କରୋନା ସଂକ୍ରମଣ ଲୁଚାଇଲେ ହେବ ଏଫ୍‌ଆଇଆର୍ । ଏଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ସରକାର । ମଧ୍ୟପ୍ରଦେଶରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି କଡା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମଣକୁ ଲୁଚାନ୍ତି ତେବେ ତାଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରିବା ପାଇଁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭୋପାଳ, ଇନ୍ଦୋର ଏବଂ ଉଜୈନର ହଟସ୍ପଟ୍ ଅଞ୍ଚଳକୁ ମଧ୍ୟ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । କରୋନା ସଂକ୍ରମଣରେ ପୀଡିତଥିବା ୧୪ଟି ଜିଲ୍ଲାରେ ଲକ୍ ଡାଉନ୍ କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.