ଭୁବନେଶ୍ୱର: ଏପ୍ରିଲ ୩୦ ଯାଏଁ ଟ୍ରେନ୍ ଓ ବିମାନ ସେବା ବନ୍ଦ ରଖାଯାଉ । ଏନେଇ କେନ୍ଦ୍ରକୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୦ ଯାଏଁ ଲକଡାଉନ୍ ଅବଧି ବଢ଼ାଇବା ସହ ଟ୍ରେନ୍ ଓ ବିମାନ ସେବାକୁ ବନ୍ଦ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ।
ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରେ ମଣିଷ ଜୀବନକୁ ରାଜ୍ୟ କ୍ୟାବିନେଟ ଅଧିକ ଗୁରୁତ୍ୱ ଦେଇଛି ବୋଲି ନବୀନ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି । ଭିଡିଓ ବାର୍ତ୍ତାରେ ନବୀନ ଆମେରିକାର ଉଦାହରଣ ଦେଇ କହିଛନ୍ତି ଆମେରିକାରେ ୩ ହଜାରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷକୁ ବଢିଗଲା । ୯/୧୧ ଭଳି ଘଟଣାରେ ଏତେ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇନଥିଲା ବୋଲି ନବୀନ କହିଛନ୍ତି । କିନ୍ତୁ ସେଠାରେ ସବୁ ସ୍ଥାନରେ ଲକଡାଉନ କରାଯାଇନଥିଲା । ନବୀନ ତାଙ୍କ ଭିଡିଓ ବାର୍ତାରେ କହିଛନ୍ତି, ଏହି ଶତାଦ୍ଦୀରେ ସମଗ୍ର ମାନବ ଜାତି ପାଇଁ କରୋନା ବଡ ଶତ୍ରୁ ହୋଇ ଉଭା ହୋଇଛି । ତେଣୁ ସାହାସର ସହ ମୁକାବିଲା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି ।
BREAKING NEWS
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ

Comments are closed.