ହାଇଦ୍ରାବାଦ: ଯଦି ଶାହାଜାହାନ୍ ତାଜମହଲ ନିର୍ମାଣ କରିନଥାନ୍ତେ ତେବେ ଆଜି ପେଟ୍ରୋଲ ଲିଟର ପିଛା ୪୦ ଟଙ୍କାରେ ମିଳିଥାନ୍ତା । ସେ ଏତେ ବଡ଼ ମହଲ ତିଆରି କରି ମସ୍ତବଡ଼ ଭୁଲ୍ କରିଦେଲେ । ତାଜ ମହଲ ନିର୍ମାଣରେ ଖର୍ଚ୍ଚ ଟଙ୍କା ସଂଚୟ କରିବାର ଥିଲା । ଆଉ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିଥାନ୍ତେ । ଯଦି ଏତକ ହେଇଥାନ୍ତା ତାହେଲେ ଆଜି ପେଟ୍ରୋଲ ଦର ହୁ-ହୁ ହୋଇ ବଢ଼ିନଥାନ୍ତା ।
देश में महंगाई, बेरोज़गारी, और बढ़ती पेट्रोल-डीज़ल की कीमतों का ज़िम्मेदार @narendramodi नहीं, मुग़ल हैं? – Barrister @asadowaisi https://t.co/KLDrUaOwMz
— AIMIM (@aimim_national) July 4, 2022
ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ କଟାକ୍ଷ କରି ଏକ ସଭାରେ ଏଭଳି ଭାଷଣ ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେପି ପାଖରେ କୌଣସି ସମାଧାନ ବାଟ ନାହିଁ । ସବୁ ସମସ୍ୟା ପାଇଁ ବିଜେପି କେବଳ ମୋଗଲ ଏବଂ ମୁସଲମାନଙ୍କୁ ଦୋଷ ଦେଉଛି ।
“ଦେଶରେ ଯୁବ ବର୍ଗ ବେକାର, ସଂକଟରେ ମୁଦ୍ରାସ୍ଫୀତି ଏବଂ ଡିଜେଲ ଲିଟର ପିଛା ୧୦୨ ଟଙ୍କା । ଏହା ନିଶ୍ଚିତ ଯେ, ପ୍ରଧାନମନ୍ତ୍ରୀ ନୁହନ୍ତି ଏସବୁ ପାଇଁ ଔରଙ୍ଗଜେବ ଦାୟୀ । ଦେଶରେ ବେକାରୀ ପାଇଁ ସମ୍ରାଟ ଆକବର ଦାୟୀ । ପେଟ୍ରୋଲ ଦର ୧୦୪ ଟଙ୍କା, ଏଥିପାଇଁ ତାଜ ମହଲ ଯିଏ ନିର୍ମାଣ କରିଛନ୍ତି ସେ ଦାୟୀ” ବୋଲି କଟାକ୍ଷ କରିଥିଲେ ଓୱେସି ।
ଶାହଜାହାନ୍ ଭୁଲ କରିଛନ୍ତି ବୋଲି ଓୱେସି ମାନୁଥିବା କଥା କହିଛନ୍ତି । ତାଜ ମହଲ ତିଆରି ନକରି ସେ ଅର୍ଥ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀଙ୍କୁ ଦେବାର ଥିଲା । ଯେମିତି ପେଟ୍ରୋଲ ଦର ୪୦ ଟଙ୍କାରେ ମିଳିପାରିଥାନ୍ତା ।
Comments are closed.