Latest Odisha News

ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ମନା କଲେ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଥିଲା । ଏ ନେଇ ବିରୋଧୀମାନେ ଗାନ୍ଧୀ ପ୍ରତିମା ନିକଟରେ ଧାରଣା ଦେଇଥିଲେ । ମଙ୍ଗଳବାର ରାଜ୍ୟସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏମପିଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇବା ସହ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ । ତେବେ ରାଜ୍ୟସଭା ଅଧ୍ୟକ୍ଷ ତାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଥିଲେ ।

ସେ କହିଥିଲେ ଅଧ୍ୟକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଧିକାର ରହିଛି ଏବଂ ଏହା ମୁଁ କରିଛି । ଏହାକୁ ପ୍ରତ୍ୟାହାର କରିହେବ ନାହିଁ ବୋଲି ସେ କହିଥିଲେ । ନିଲମ୍ବିତ ୧୨ ସଦସ୍ୟଙ୍କ ମଧ୍ୟରେ ୬ଜଣ କଂଗ୍ରେସରେ, ୨ଜଣ ଟିଏମସି, ୨ଜଣ ଶିବସେନା ଓ ସିପିଆଇ ଓ ସିପିଏମରୁ ଜଣେ ଲେଖାଁଏ ରହିଛନ୍ତି ।

Leave A Reply

Your email address will not be published.