Latest Odisha News

ମା’ ସୁରେଶ୍ୱରୀଙ୍କ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁବୃର୍ତ୍ତ

ସୁବର୍ଣ୍ଣପୁର : ମନ୍ଦିରରୁ ଚୋରି ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିରର ତାଲାଭାଙ୍ଗି ମା ପିନ୍ଧିଥିବା ମୁକୁଟ ,ରୂପା ଛତ୍ର, ଆଦି ଲୁଟି ନେଇଛନ୍ତି ଦୁବୃର୍ତ୍ତ ।

ଆଜି ସକାଳୁ ସବୁଦିନ ଭଳି ମନ୍ଦିର ପୂଜକ ସହରର ମଧ୍ୟରେ ଥିବା ସୁରେଶ୍ୱରୀଙ୍କ ମନ୍ଦିରରୁ ପୂଜା କରିବା ପାଇଁ ଯାଇଥିବା ବେଳେ  ମନ୍ଦିରରୁ ଚୋରି ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ସୋନପୁର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ବିଗତ ଦିନରେ ଏପରି ଭାବରେ ପ୍ରାୟ ତିନି ଚାରି ଥର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ହେଲେ ଏଥର ପୁଣି ମନ୍ଦିରରୁ ଚୋରି ହେବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପୂଜକ ।

Leave A Reply

Your email address will not be published.