Latest Odisha News

BREAKING NEWS

ବିଧାନସଭା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜିପି ଅଭୟ

ଭୁବନେଶ୍ୱର : ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ଶୀତ ଅଧିବେସନ । ଏଥିପାଇଁ ଆଜି ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୫୦ ଅଫିସ ର ମୃତୟନ ହୋଇଛନ୍ତି । ବିରୋଧୀମାନେ ବିଭିନ ସମସ୍ୟା ନେଇ ସରକରାଙ୍କୁ ଘେରିବେ । ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ପୂର୍ବରୁ ବିଧାନସଭା ବାହାର ଭିତର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୋଲିସ ଡିଜିପି ଅଭୟ । ଅନ୍ୟପଟେ ଗୁଇନ୍ଦା ନିର୍ଦ୍ଦେଶକ ଓ ପୋଲିସ କମିଶନ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ବେଳେ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାନସଭାକୁ ସଂଯୋଗ କରୁଥିବା ସବୁ ରାସ୍ତାରେ କଟକଣା ଜାରି କରାଯାଇଛି ।ସୁରକ୍ଷା କ୍ଷେତ୍ରରେ ୬ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୫ଜଣ ଇନ୍ସପେକ୍ଟର ଓ ୬୧ଜଣ ଏସଆଇଙ୍କ ସମେତ ୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।

ବିଧାନସଭା ଭିତର ଓ ବାହାରକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଛି । ବିଧାନସଭା ଚାରିପଟେ ପୋଲିସ ୨୪ ଘଣ୍ଟା ଜଗି ରହିବେ । କାରଣ ମମିତା ମେହେର ମୃତ୍ୟୁକୁ ନେଇ ବିଜେପି ଓ କଂଗ୍ରେସ ସରକାରଙ୍କୁ ନାକେଦମ କରିବେ । ସେଥିପାଇଁ ପୁଲିସ୍ ସେମାନଙ୍କ ଉପରେ ନଜର ରଖିଛି । ଦରାକର ପଡିଲେ କିଛି ଯୁବନେତାଙ୍କୁ ପୁଲିସ୍ ଆଗୁଆ ଗିରଫ କରିବା ସମ୍ଭାବନା ରହିଛି ।ଶୀତ ଅଧିବେଶନ ପାଇଁ ପୋଲିସ ପୂର୍ବଭଳି ବିଧାନସଭା ଚାରିପଟ ରାସ୍ତା ସିଲ୍ କରିଛି ।

Leave A Reply

Your email address will not be published.