Latest Odisha News

ମାଫିଆ ମୁଖତାରର ଭାଇ ଅଫଜଲ ଅନ୍ସାରୀଙ୍କୁ ସୁପ୍ରିମ କୋର୍ଟ ଆଶ୍ୱସ୍ତି:କାଏମ ରହିଲା ଏମପି ସଦସ୍ୟ ପଦ

ନୂଆଦିଲ୍ଲୀ: ବିଏସପି ସାଂସଦ ଅଫଜଲ ଅନସାରୀଙ୍କୁ ମିଳିଲା ବଡ ଆଶ୍ୱସ୍ତି । ଅଫଜଲ ଅନସାରୀଙ୍କ ସଦସ୍ୟତାକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁସାରେ ଅଫଜଲ ଅନସାରୀଙ୍କ ବିରୋଧରେ ଆସିଥିବା ଆରୋପ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲାଗଇଛନ୍ତି ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବେଞ୍ଚ ନେଇଛି ।

ଅଦାଲତ କହିଛନ୍ତି, ହାଇକୋର୍ଟ ୨୦୨୪  ଜୁନ  ୩୦ ତାରିଖ ସୁଦ୍ଧା ଅଫଜଲ ମାଲାର ଶୁଣାଣି ଶେଷ କରି ନିଷ୍ପତ୍ତି ନେବେ । ଏଥିସହିତ ଗାଜିପୁର ଲୋକସଭା ଆସନରେ ଉପ ନିର୍ବାଚନ ହେବ ନାହିଁ ବୋଲି କୋର୍ଟ କହିଛନ୍ତି । ଏପରିକି ଏମପି  ଲାଡ ଫଣ୍ଡର ଅର୍ଥ ଖର୍ଚ୍ଚ କରାଯାଇ ପାରିବ ଏବଂ ଅଫଜଲ ସଂସଦ କାର୍ଯ୍ୟରେ ଭାଗ ନେଇ ପାରିବେ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

ସୂଚନାଥାଉ କି, ବିଏସପି ସାଂସଦ ଅଫଜଲ ଅନସାରୀ ମାଫିଆ ମୁଖତାର ଅନ୍ସାରୀଙ୍କ ଭାଇ ଅଟନ୍ତି ।ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଅଫଜଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବି କହିଛନ୍ତି, କୋର୍ଟ ସବୁ ଦିଗକୁ ବିଚାରି କରିବା ଉଚିତ । କାରଣ ଯଦି ଅଫଜଲଙ୍କୁ ଦୋଷସିଦ୍ଧିକୁ ନିଲମ୍ବିତ କରା ନ ଯିବ ତେବେ ଗାଜିପୁର ନିର୍ବାଚନ କ୍ଷେତ୍ର ଲୋକସଭାରେ ପ୍ରତିନିଧିବିହୀନ ହୋଇଯିବ।

ସୂଚନାଥାଉ କି, ଗାଜିପୁରର ବିଶେଷ ଏମପି/ଏମଏଲଏ ଅଦାଲତ ଚଳିତବର୍ଷ ଏପ୍ରିଲ ୨୯ ତାରିଖରେ ଅଫଜଲ ଅନସାରୀ ଏବଂ ତାଙ୍କ ଭାଇ ମୁଖତାର ଅନ୍ସାରୀଙ୍କୁ ୨୦୦୭ ଗାଙ୍ଗଷ୍ଟାର ଆକ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଗାଙ୍ଗଷ୍ଟାର ମାମଲାରେ ତାଙ୍କୁ ୪ ବର୍ଷ ସଜା ପରେ ସଂସଦର ସଦସ୍ୟତା ହରାଇଥିଲେ ଅଫଜଲ ।

Leave A Reply

Your email address will not be published.