Latest Odisha News

BREAKING NEWS

ନ୍ୟାୟ ଅପେକ୍ଷାରେ ହତଭାଗିନୀ ମାଆ

ଯାଜପୁର: ବାରମ୍ବାର ଦାବି ପରେ ବି ମିଳିଲାନି ନ୍ୟାୟ  । ବାଧ୍ୟ ହୋଇ ପୁର୍ନବାର ଆମରଣ ଅନଶନରେ ବସିଲେ ଜଣେ ହତଭାଗିନୀ ମାଆ  । ଆମେ କହୁଛୁ ବହୁ ଚର୍ଚ୍ଚିତ ନିଖୋଜ ଶିଶୁ ପିହୁର କଥା  । ୨୦୨୦ ମସିହା ଅଗଷ୍ଟ ୯ ତାରିଖ  । ଏହାରି ମଧ୍ୟରେ ଘଟଣାକୁ ୩ ବର୍ଷ ବିତିଯାଇଛି । ହେଲେ ଏବେ ଯାଏ ପିହୁର କୌଣସି ପତ୍ତା ମିଳିନି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପିହୁ ର ମାଆ ମୋନାଲିସା ନାୟକ  ।

ସୂଚନା ଅନୂସାରେ ୨୦୨୦ ଅଗଷ୍ଟ ୯ରେ ବିଂଝାରପୁର ଥାନା ମଧୁସୂଦନପୁର ଗାଁ ଦାଣ୍ଡ ରେ ଖେଳୁଥିବା ସମୟ ରେ ନିଖୋଜ ହୋଇଥିଲେ ଅଢେଇ ବର୍ଷର ଝିଅ ପିହୁ । ଏନେଇ ବିଂଝାରପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ପିହୁ ର ମା ମୋନାଲିସା ନାୟକ। ବିଂଝାରପୁର ଥାନା ଅଧିକାରୀ ଘଟଣା ର ୬ ଦିନ ପରେ ମାମଲା ରୁଜୁ କରି  ଚୁପ ବସିଥିଲେ । ଦୀର୍ଘ ୪ ମାସ ପରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆକ୍ସନ ମୁଡୁ କୁ ଆସିଥିଲା ବିଂଝାରପୁର ପୋଲିସ ।

ପୋଖରୀ ଖୋଜା ସହ ଏସପି , ଡିଜି ଙ୍କ ଠାରୁ ଆରମ୍ଭ କରି ବହୁ ଉଚ୍ଚପଦସ୍ଥ ଅଧିକାରୀ  ଏହି ଘଟଣାର ସମୀକ୍ଷା କରିଥିଲେ । ହେଲେ ଓଡିଶା ପୋଲିସ ଏ ପର୍ଯ୍ୟନ୍ତ ନିଖୋଜ ପିହୁକୁ ଖୋଜିବାରେ ବିଫଳ ହୋଇଛି ।  ଫଳରେ ସବୁଆଡୁ ନିରାଶ ହୋଇ ମୋନାଲିସା ଆଜିଠୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଧାରଣା ରେ ବସି ଆମରଣ ଅନଶନ କରିଛନ୍ତି ।

Leave A Reply

Your email address will not be published.