Latest Odisha News

BREAKING NEWS

ପୁଣି ଖୋଲିବ ମୁମ୍ବାଇ ଏୟାରପୋର୍ଟର ଟର୍ମିନାଲ-୧

ମୁମ୍ବାଇ:ବିମାନଯାତ୍ରୀଙ୍କ ପାଇଁ ଭଲ ଖବର । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇ ଉଡାଣ ପାଇଁ ନିଜ ଟର୍ମିନାଲ ୧କୁ ପୁଣି ଖୋଲୁଛି । ୧୦ ମାର୍ଚ୍ଚ ୨୦୨୧ରୁ ଟର୍ମିନାଲ ୧ରୁ ଉଡାଣ ଆରମ୍ଭ ହେବ । ଏପର୍ଯ୍ୟନ୍ତ ସମସ୍ତ ଫ୍ଲାଇଟ୍ସ ଟର୍ମିନାଲ ୨ରୁ ଅପରେଟ୍ ହେଉଥିଲା । ଏଥିରେ ଘରୋଇ ଉଡାଣ ଭରୁଥିବା ଯାତ୍ରୀଙ୍କୁ ଫାଇଦା ହେବ । ଏୟାରଲାଇନ୍ କମ୍ପାନୀମାନେ ନିଜ ସେବା ଟର୍ମିନାଲ-୧ରୁ ଆରମ୍ଭ କରିବେ ।

ଗତ ମାର୍ଚ୍ଚ ୨୦୨୦ରେ ଦେଶବ୍ୟାପୀ ଲକଡାଉନ ଯୋଗୁଁ ମୁମ୍ବାଇର ଟର୍ମିନାଲ ୧ରୁ ବିମାନ ସେବା ଟେମ୍ପରାରୀ ବନ୍ଦ କରିଦିଆଯାଇଥିଲା । ବିମାନ ସେବା ଟର୍ମିନାଲ ୨ରୁ ହିଁ ଅପରେଟ୍ ହେଉଥିଲା । ଏବେ ପ୍ରାୟ ବର୍ଷ ପରେ ଟର୍ମିନାଲ ୧ରୁ ଉଡାଣ ପୁଣି ଆରମ୍ଭ ହେବ । 

Leave A Reply

Your email address will not be published.