Latest Odisha News

BREAKING NEWS

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କୁ ପୁଣି ୧୫ ବର୍ଷ କାରାଦଣ୍ଡ

ଲାହୋର: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ମୁଖ୍ୟ ହାଫିଜ ସଇଦଙ୍କୁ ଆତଙ୍କବାଦ ବିରୋଧୀ କୋର୍ଟ ଅନ୍ୟ ଏକ ମାମଲାରେ ୧୫ ବର୍ଷ ଦଣ୍ଡିତ କରିଛନ୍ତି। କୋର୍ଟ ତାଙ୍କୁ ଦୁଇ ଲକ୍ଷ ଟଙ୍କା ମଧ୍ୟ ଜରିମାନା କରିଛନ୍ତି। ଲାହୋରର ଆତଙ୍କବାଦ ବିରୋଧୀ କୋର୍ଟ ଜମାତ-ଉଦ-ଦାୱା ମୁଖ୍ୟ ହାଫିଜଙ୍କ ସମେତ ୫ ଜଣ ନେତାଙ୍କୁ ଦଣ୍ଡ ଶୁଣାଇଛନ୍ତି। ଆତଙ୍କବାଦୀ ପାଣ୍ଠିରୁ ଚାରିଟି ମାମଲାରେ ହାଫିଜ ସଇଦଙ୍କୁ ୨୧ ବର୍ଷ ଦଣ୍ଡିତ କରାଯାଇଛି। ବର୍ତ୍ତମାନ ସଇଦଙ୍କୁ କୋଟ ଲଖପାଟ ଜେଲରେ ମୋଟ ୩୬ ବର୍ଷ କାରାଦଣ୍ଡ ଭୋଗିବାକୁ ପଡିବ। ଏହି ସମସ୍ତ ଦଣ୍ଡ ଏକାସାଙ୍ଗରେ ଚାଲିବ।

ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ହାଫିଜ ସଇଦ। ଏହା ଉପରେ ଆମେରିକା ଦଶ ଲକ୍ଷ ଡଲାର ପୁରସ୍କାର ଘୋଷଣା କରିଥିଲା। ଆତଙ୍କବାଦୀ ପାଣ୍ଠି ମାମଲାରେ ସଇଦଙ୍କୁ ଜୁଲାଇରେ ଗିରଫ କରାଯାଇଥିଲା। ଫେବୃଆରୀରେ ତାଙ୍କୁ ଦୁଇଟି ଆତଙ୍କବାଦୀ ପାଣ୍ଠି ମାମଲାରେ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ନଭେମ୍ବରରେ ଅନ୍ୟ ଦୁଇଟି ଆତଙ୍କବାଦୀ ପାଣ୍ଠି ମାମଲାରେ ଦଶ ବର୍ଷ ଦଣ୍ଡାଦେଶ ହୋଇଥିଲା। ଗୁରୁବାର ଦିନ ସଇଦଙ୍କ ସହ ଦଣ୍ଡିତ ହୋଇଥିବା ଚାରିଜଣ ନେତାଙ୍କ ମଧ୍ୟରେ ଅବଦୁସ ସାଲେମ, ଜାଫର ଇକବାଲ, ଜୁଡେ ମୁଖପାତ୍ର ୟାହିୟା ମୁଜାହିଦ୍ ଏବଂ ମହମ୍ମଦ ଅଶରଫ୍‌ ଅଛନ୍ତି। ଏହି ସମସ୍ତଙ୍କୁ ମଧ୍ୟ ଜରିମାନା କରାଯାଇଛି।

Leave A Reply

Your email address will not be published.