Latest Odisha News

BREAKING NEWS

ଖ୍ରୀଷ୍ଟମାସକୁ ନେଇ ଚର୍ଚ୍ଚାରେ ସଲମାନଙ୍କ ନିଆରା ସନ୍ଦେଶ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ । ଖ୍ରୀଷ୍ଟମାସ ଅବସରରେ ବେଶ ନିଆରା ଅନ୍ଦାଜରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠି ସଲିବ୍ରିଟିମାନେ ନିଜ ସେଲିବ୍ରେସନର ଭିଡିଓ ସେୟାର କରିଛନ୍ତି, ସେଠି ସଲମାନ କିନ୍ତୁ ସବୁ ଧର୍ମକୁ ନେଇ ଏକ ପ୍ରେମଭରା ସନ୍ଦେଶ ଦେଇଛନ୍ତି ।

ଭିଡିଓରେ ସୀତାର, ସାରଙ୍ଗୀ, ସାହାନାଇ ଓ ବିଭିନ୍ନ ବାଦ୍ୟଯନ୍ତ୍ରର ମିଶ୍ରଣରେ ଏକ ସୁନ୍ଦର ଧୁନ୍ ଲୋକଙ୍କୁ ବିମୋହିତ କରିଛି । ଶେଷରେ ଖାସ କରି ଜିଙ୍ଗଲ ବେଲ୍‌ର ଲିରିକାଲ୍ ମ୍ୟୁଜିକଟି ଖୁବ ପପୁଲାର ହୋଇପାରିଛି ।

ସଲମାନଙ୍କ ଭିଡିଓକୁ ଲୋକେ ଖୁବ ପସନ୍ଦ କରିଥିଲାବେଳେ ଆଉ ମାତ୍ର ଦୁଇଦିନ ପରେ ତାଙ୍କ ଜନ୍ମଦିନ । ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୭ତାରିଖରେ ସଲମାନ ନିଜ ପରିବାର କିମ୍ବା ବନ୍ଧୁଙ୍କ ସହ ଜନ୍ମଦିନ ଉତ୍ସବ ପାଳନ କରିବେନି । ତେବେ ଏହା ପଛରେ ଅନ୍ୟ କୌଣସି ଗୁପ୍ତ କାରଣ ନାହିଁ । ନିଜ ଶାଳକଙ୍କ ସହ ଫିଲ୍ମ ଅନ୍ତିମ: ଦ ଫାଇନାଲ ଟ୍ରୁଥର ସୁଟିଂ ଚାଲିଥିବାରୁ ସେ ଏଥର ଧୁମଧାମରେ ଜନ୍ମଦିନ ପାଳନ କରବେ ନାହିଁ ।

Leave A Reply

Your email address will not be published.