Latest Odisha News

BREAKING NEWS

ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ଓ୍ୱାରେଣ୍ଟ ଜାରି

ମୁମ୍ବାଇ: ୨୦୦୮ ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ଜାମିନ ଯୁକ୍ତ ଓ୍ୱାରେଣ୍ଟ ଜାରି ହୋଇଛି । ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ସାଂସଦଙ୍କ ବିରୋଧରେ ଏହି ଓ୍ୱାରେଣ୍ଟ ଜାରି କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ।

ସୂଚନା ମୁତାବକ, ମାଲେଗାଓଁ ବିସ୍ଫୋରଣ ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ଏନଆଇଏ କୋର୍ଟ ପ୍ରଜ୍ଞା ଠାକୁର ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କୋର୍ଟରେ ନିର୍ଦ୍ଦେଶିତ ତାରିଖ ଗୁଡ଼ିକରେ ସେମାନଙ୍କର ବୟାନ ରେକର୍ଡ କରିବାକୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି କୋର୍ଟରେ ଶୁଣାଣି ଥିଲା ।

ତେବେ ଏହି ସମୟରେ ସାଧ୍ୱୀ ପ୍ରଜ୍ଞା କୋର୍ଟରେ ହାଜର ହୋଇନଥିଲେ । ସ୍ୱାସ୍ଥଗତ କାରଣ ଯୋଗୁ ସେ କୋର୍ଟରେ ଅନୁପସ୍ଥିତ ଥିଲେ। ଏହାକୁ ନେଇ କୋର୍ଟ ତାଙ୍କ ବିରୋଧରେ ଓ୍ୱାରେଣ୍ଟ ଜାରି କରିଛନ୍ତି । ଏଥିସହ ସାଧ୍ୱୀଙ୍କ ଅନୁପସ୍ଥିତି ସମ୍ପର୍କରେ ତାଙ୍କ ଓକିଲ ଦାଖଲ କରିଥିବା ମେଡିକାଲ ସାର୍ଟିଫିକେଟ୍‌କୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି ।

ଏହାସହ ମାର୍ଚ୍ଚ ୨୦, ୨୦୨୪ ପୂର୍ବରୁ ଠାକୁରଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଓ୍ୱାରେଣ୍ଟ ବିଷୟରେ ଏନ୍‌ଆଇଏକୁ ସୂଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.