Latest Odisha News

BREAKING NEWS

ସଲମାନଙ୍କ ମାନହାନି ଆବେଦନ ଖାରଜ

ମୁମ୍ବାଇ: ବିବାଦ ଏବଂ ସଲମାନ ଖାଁ ପରସ୍ପରଠାରୁ ଅଲଗା ରହିପାରନ୍ତି ନାହିଁ । କିଛି ଦିନ ତଳେ ସଲମାନଙ୍କ ପଡୋଶୀ କେତନ କକ୍କଡ ତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ । ଏହା ତାଙ୍କ ମାନହାନି କରୁଛି ବୋଲି କହି ସଲମାନ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ କୋର୍ଟ ତାଙ୍କ ଆବେଦନ ଖାରଜ କରି ଦେଇଛନ୍ତି । କେତନ ଯେଉଁ ଅଭିଯୋଗ କରିଛନ୍ତି ତାର ପ୍ରମାଣ କୋର୍ଟଙ୍କ ସମ୍ମୁଖରେ ରଖିଛନ୍ତି । କେସର ତଦନ୍ତ ପରେ ଯାହା କିଛି ନିଷ୍ପତି ନିଆଯିବ ବୋଲି କୋର୍ଟ କହିଛନ୍ତି ।

ମାନହାନି ପାଇଁ ଉଦ୍ଦିଷ୍ଟ ଗ୍ୟାଗ ଅର୍ଡରର ଅନ୍ତିମ ଆବେଦନକୁ ଏଥିସହ ଖାରଜ କରାଯାଉଛି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଭାରତୀୟ କେତନ ଅଧିକାଂଶ ସମୟ ଦେଶ ବାହାରେ ରହିଥାନ୍ତି । ଏହାର ଫାଇଦା ଉଠାଇ ସଲମାନ ତାଙ୍କ ଘର ଏବଂ ଜାଗାକୁ ବ୍ୟକ୍ତିଗତ ଫାଇଦାରେ ଲଗାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.