Latest Odisha News

ମାନସ ସ୍ୱାଇଁ ହତ୍ୟା ମାମଲା : ଅଧାପୋଡା ଚପଲ ,ଇୟରଫୋନ୍ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଚଣ୍ଡିଖୋଲରୁ ଜବତ

ମାନସ ହତ୍ୟା ମାମଲାରେ ବ୍ୟବହାର ହୋଇଥିବା ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ

 ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ତନାଘନା ଜାରି ରଖିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍  । ମାନସ ହତ୍ୟା ମାମଲାରେ ବ୍ୟବହାର ହୋଇଥିବା ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରୁ କୋଦାଳ, ଗଇଁତି ଓ ଅଖା ବସ୍ତା ଜବତ କରିଛି । ମାନସ ବ୍ୟବହାର କରୁଥିବା ଚପଲ ଅଧାପୋଡା ଅବସ୍ଥାରେ ମିଳିଛି ।

ମାନସ ବ୍ୟବହାର କରୁଥିବା ଇୟରଫୋନ ମଧ୍ୟ ମିଳିଛି । ଜେରା ସମୟରେ ଶର୍ମିଷ୍ଠା ମାନିଛି ଯେ ମାନସ ସ୍ୱାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ସେ ନିଜେ ବୋଲି । ଅନ୍ୟପଟେ ଅଭିଯୁକ୍ତ ରାଜା ମଧ୍ୟ କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଛି । ମାନସକୁ ମାରିବା ପରେ ପ୍ରମାଣ ଲୁଚାଇବା ପାଇଁ ଚଣ୍ଡିଖୋଲ ଆସିଥିଲେ ଅଭିଯୁକ୍ତମାନେ ।

ସୂଚନା ଅନୁସାରେ ମାନସ ସ୍ୱାଇଁ କୁ ଫେବୃାରୀ ୭ ତାରିଖରେ ଅପହରଣ କରାଯାଇଥିଲା । ପରେ ଭୁବନେଶ୍ୱର ସୁନ୍ଦରପଦା ଦୟାଲ ଆଶ୍ରମରେ ହତ୍ୟା କରି ନୟାଗଡ ରଣପୁର ଥାନା ପାହାଡପାଖରେ ପୋତି ଦେଇଥିଲେ । ପରେ ପ୍ରମାଣ ଲୁଚାଇବା ପାଇଁ ମାନସ ସ୍ୱାଇଁ ହତ୍ୟା ମାମଲାର ବ୍ୟବହୃତ ଜୀନିଷ ଚଣ୍ଡିଖୋଲରେ ଫିଙ୍ଗା ଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ।

Leave A Reply

Your email address will not be published.