Latest Odisha News

ମ୍ୟୁଜିକାଲ୍ ରୋଡ: ରାସ୍ତାରେ ଗାଡ଼ି ଗଡ଼ିଲେ ବାଜୁଛି ଗୀତ

ସୁନ୍ଦର ରାସ୍ତାରେ ଗାଡି ଚଳାଇବାର ମଜା କିଛି ନିଆରା । ରାସ୍ତା ଯେତେ ଆରାମଦାୟକ, ଯାତ୍ରା ବି ସେତିକି ଆରାମଦାୟକ । ଏହି ସମୟରେ, ଲୋକମାନେ ଗାଡିରେ ସେମାନଙ୍କର ପ୍ରିୟ ଗୀତ ବଜାଇ ଯାତ୍ରା କରିଥାନ୍ତି । କିନ୍ତୁ ଏପରି ଏକ ରାସ୍ତା ଅଛି, ଯେଉଁଥିରେ ଆପଣ ଗାଡ଼ି ଚଲାଇ ଗଲେ ସେଠାରେ ଆପେ ଆପେ ଗୀତ ବାଜିଉଠିବ । ଆପଣଙ୍କୁ ଆଉ ଗାଡ଼ିରେ ଗୀତ ବଜାଇବା ଦରକାର ପଡ଼ିବ ନାହିଁ । ଏହା ଆପଣକୁ ଅବିବିଶ୍ୱାସ ଲାଗିପାରେ । ହେଲେ ଘଟଣାଟି ସତ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଆପଣ ନିଜେ ରାସ୍ତାରୁ ବାହାରୁଥିବା ସ୍ୱର ଶୁଣିପାରିବେ । ଭିଡିଓ ଦେଖିବା ପରେ, ଆପଣ ମଧ୍ୟ ଏହି ରାସ୍ତାରେ ଯାତ୍ରା କରିବାକୁ ଇଛା କରିବେ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେତେବେଳେ ଏକ ଗାଡି ସ୍ପିଡ୍ ବ୍ରେକର୍ ପାସ୍ କରୁଛି, ସଙ୍ଗେ ସଙ୍ଗେ ଗୀତ ବାଜିବା ଆରମ୍ଭ କରୁଛି । ଗାଡ଼ିର ଗତି ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ ରାସ୍ତାରେ ସ୍ପିଡ୍ ବ୍ରେକର୍ କରାଯାଇଥାଏ । ପ୍ରତ୍ୟେକ ଛୋଟ କିମ୍ବା ବଡ ବ୍ରେକର୍ ଅତିକ୍ରମ କରିବା ସମୟରେ ଗାଡିର ଟାୟାରରୁ ଏକ ଭିନ୍ନ ପ୍ରକାରର ଧ୍ୱନି ଆସିଥାଏ । ଯଦିଓ ଏହି ଧ୍ୱନି ଏକ ମଧୁର ସ୍ୱର ନୁହେଁ, ଭିଡିଓରେ ଦେଖାଯାଇଥିବା ରାସ୍ତାରେ ଚାଲିବାବେଳେ ଏହା ଏକ ପିଆନୋ ବଜାଯାଉଥିବା ପରି ଶୁଣାଯାଉଛି । ସ୍ପିଡ୍ ବ୍ରେକର୍ ପରି ଛୋଟ ଷ୍ଟ୍ରିପ୍ ରାସ୍ତା କଡ଼ରେ ଏପରି ଭାବରେ ସ୍ଥାପିତ ହୋଇଛି ଯେ ସଙ୍ଗୀତର ଶବ୍ଦ ସୃଷ୍ଟି ହୁଏ । ଯେତେବେଳେ ବି ଗାଡ଼ିର ଟାୟାର ଏହି ଷ୍ଟ୍ରିପ୍ସକୁ ସ୍ପର୍ଶ କରିବ, ଏହି ଗୀତ ଆପେ ଆପେ ବାଜି ଉଠିବ ।

ଯଦି ଆପଣ ରାସ୍ତାରେ ଥିବା ଧଳା ରେଖାକୁ ଅତି ନିକଟରୁ ଦେଖନ୍ତି, ତେବେ ଆପଣ ଅନୁଭବ କରିବେ ଯେ ସେଗୁଡିକ ପିଆନୋ କିମ୍ବା ହାରମୋନିୟମ୍ ପରି ସେଟ୍ ହୋଇଛି, ଯାହା ଟାୟାର ବାଜିଲେ ଏଥିରୁ କମ୍ପନ ଏବଂ ଶବ୍ଦ ସୃଷ୍ଟି କରିଥାଏ । ଏବେ ଦୁନିଆର ଅନେକ ସ୍ଥାନରେ ଏହିପରି ମ୍ୟୁଜିକାଲ ରୋଡ଼ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.