Latest Odisha News

BREAKING NEWS

୨୦୨୪ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ପାପୁଆ ନ୍ୟୁ ଗିନି

ନୂଆଦିଲ୍ଲୀ: ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ପାପୁଆ ନ୍ୟୁ ଗିନି ଯୋଗ୍ୟତା ହାସଲ କରିଛି । ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ପିଏନଜି ୧୦୦ ରନରେ ଫିଲିପାଇନ୍ସକୁ ହରାଇଥିଲା । ୨୦୨୪ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଏଥିରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ବର୍ତମାନ ସୁଦ୍ଧା ୧୫ଟି ଟିମ ଯୋଗ୍ୟତା ହାସଲ କରି ସାରିଛନ୍ତି । ଆଉ ୫ଟି ସ୍ଥାନ ଖାଲି ରହିଛି । ଆମେରିକା, ଏସିଆ ଓ ଆଫ୍ରିକା କ୍ୱାଲିଫାୟାରରୁ ବାକି ଟିମ ଚୟନ ହେବେ । ପିଏନଜି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ କରିଥିଲା । ଫିଲିପାଇନ୍ସ ୬ ୱିକେଟ ହରାଇ ୧୨୯ ରନ କରିବାକୁ ସକ୍ଷମ ହୋଇଥିଲା ।

ପିଏନଜି ଇଷ୍ଟ ଏସିଆ ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ରହିଛି । ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ୧୨ଟି ଟିମ ଏବଂ ୨୦୧୪ରୁ ୨୨ ପର୍ଯ୍ୟନ୍ତ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ । ୨୪ ସଂସ୍କରଣରେ ୨୦ଟି ଟିମକୁ ୪ଟି ଗ୍ରୁପରେ ବଂଟାଯିବ । ପ୍ରତ୍ୟେକ ଗ୍ରୁପର ପ୍ରଥମ ୨ଟି ଟିମ ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହେବେ । ଏଥିରେ ୨ଟି ଲେଖାଁଏ ଟିମ ସେମିରେ ପ୍ରବେଶ କରିବେ । ଏହା ପରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.