ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରେମୀ ଯୁଗଳଙ୍କ ବିଷୟରେ ଆଲୋଚନା ବେଳେ ସମୀର ସୋନି ଓ ନୀଲମ କୋଠାରୀଙ୍କ ନାମ ସାମ୍ନାକୁ ଆସେ । ଏହି ଦମ୍ପତ୍ତି ଉଭୟ ଗ୍ଲାମର ଦୁନିଆର ବେଶ୍ ଲୋକପ୍ରିୟ । ୯୦ ଦଶକର ଏହି ସୁପରହିଟ୍ ଯୋଡ଼ିଙ୍କର ଆଜି ହେଉଛି ବିବାହ ବାର୍ଷିକୀ । ମଜା କଥା ହେଲା ଦ୍ୱିତୀୟ ବିବାହ ପରେ ଏହି ଦମ୍ପତ୍ତିଙ୍କୁ ମିଳିଛି ବେଶ୍ ସଫଳତା ।
ସମୀର ଏବଂ ନୀଲମଙ୍କ ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ୨୦୦୭ ମସିହାରେ ପ୍ରଥମେ ସମୀର ଏବଂ ନୀଲମ ପରସ୍ପରଙ୍କୁ ଏକତା କପୁରଙ୍କ ଏକ କାର୍ଯ୍ୟକ୍ରମରେ ଭେଟିଥିଲେ । ପ୍ରଥମ ଦେଖାରେ ନୀଲମ ନିଜ ଆଡ଼ୁ ପ୍ରଥମେ ସମୀରଙ୍କୁ ଭଲ ପାଇ ବସିଥିଲେ । ଏକତାଙ୍କୁ ଭେଟିବା ସମୟରେ ତାଙ୍କୁ ନିଜର ମନର କଥା ଜଣାଇଥିଲେ ନୀଲମ । ନୀଲମଙ୍କ ମନର କଥାକୁ ସମୀରଙ୍କୁ ଜଣାଇଥିଲେ ଏକତା । ପରେ ପୁଣି ଥରେ ସମୀର ଓ ନୀଲମ ପରସ୍ପରଙ୍କୁ ଏକତାଙ୍କ ଏକ ପାର୍ଟିରେ ଭେଟିଥିଲେ । ଏହିଠାରୁ ଉଭୟ ପରସ୍ପର ସହିତ ପରିଚିତ ହେଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢିଲା । ସମୟ ଗଢିବା ସହିତ ଉଭୟଙ୍କ ସମ୍ପର୍କ ନିବିଡ଼ ହେଲା ଓ ଦୁହେଁ ଡେଟିଂ ଆରମ୍ଭ କଲେ । ଏସବୁ ଭିତରେ ଉଭୟେ ନିଜ ସମ୍ପର୍କକୁ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିର ବାହାର ଦୁନିଆ ଆଖିରୁ ଲୁଚାଇ ରଖିଥିଲେ । ଏ କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ୨୦୧୧ ମସିହା ଜାନୁୟାରୀ ୨୪ ତାରିଖରେ ସେମାନେ ବିବାହ କଲେ । ବିବାହର ଦୁଇ ବର୍ଷ ପରେ ଉଭୟ ଏକ ପୋଷ୍ୟ କନ୍ୟା ଗ୍ରହଣ କରିଥିଲେ । ବିବାହ ପରେ ନୀଲମ ଲମ୍ବା ସମୟ ଧରି ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ । ମଜାର କଥଶ ହେଲା ବିବାହ ପୂର୍ବରୁ ସେମାନେ ଯେତିକି ସଫଳ ନ ଥିଲେ ବିବାହ ପରେ ସେମାନଙ୍କୁ ଅଧିକ ସଫଳତା ମିଳିଛି । ଏବେ ନୀଲମ ଜଣେ ନାମକରା ଅଳଙ୍କାର ଡ଼ିଜାଇନର ଭାବେ ପରିଚିତ । ୧୯୮୪ ମସିହାରେ ଫିଲ୍ମ ‘ଜବାନୀ\’ ରେ ନୀଲମ ଡେବ୍ୟୁ କରିଥିଲେ । ଚଳଚ୍ଚିତ୍ରଟି ଫ୍ଲପ୍ ହୋଇଥିଲା । କିନ୍ତୁ ନିଲମଙ୍କ ସୌନ୍ଦର୍ଯ୍ୟକୁ ସେ ସମୟରେ ଦର୍ଶକ ବହୁତ ପସନ୍ଦ କରିଥିଲେ । ପରେ ପରେ ଗୋବିନ୍ଦାଙ୍କ ସହ ନୀଲମ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ଉଭୟ ନୀଲମ ଏବଂ ସମୀରଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ବିବାହ ପରେ ହିଁ ଦର୍ଶକଙ୍କ ଆଟେନ୍ସନକୁ ଅଧିକ ଧରି ରଖିପାରିଛନ୍ତି ଏହି ଯୋଡ଼ି ।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.