Latest Odisha News

ମହାରାଷ୍ଟ୍ରରେ ପାୱାର କଷୁଛନ୍ତି କର୍ଣ୍ଣାଟକ ଗଣିତ !

ଭୁବନେଶ୍ୱର: କଂଗ୍ରେସର ୪୦ ପ୍ରତିଶତ କମିଶନ ଫଣ୍ଡା କର୍ଣ୍ଣାଟକରେ କାମ କରିବା ପରେ ଏହି ଫଣ୍ଡାକୁ ଅନ୍ୟ ରାଜ୍ୟରେ ଆପଣାଇବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଯଦି କର୍ଣ୍ଣାଟକରେ ୪୦ ପ୍ରତିଶତ କମିଶନର ଦୁର୍ନୀତି ଥିଲା ତହେଲେ ମହାରାଷ୍ଟ୍ରରେ ଦୁର୍ନୀତିର ମାତ୍ରା ଶହେ ପ୍ରତିଶତ। ତେଣୁ ଏହି ଦୁର୍ନୀତି ଗ୍ରସ୍ତ ସରକାର ହାରିବ ଵୋଲି ମହାରାଷ୍ଟ୍ରର ଏମଭିଏ ମେଣ୍ଟ ପକ୍ଷରୁ କୁହାଯାଇଛି।

ଏଭଳି ଢଙ୍ଗରେ ମହାରାଷ୍ଟ୍ରରେ ସିନ୍ଦେ ବିଜେପି ସରକାରକୁ ସତ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ ଆରମ୍ଭ କରିଛି ମହାବିକାଶ ଅଘାଡି ମେଣ୍ଟ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏନସିପି ମୁଖ୍ୟ ଶରଦ ଏମଭିଏ ସହଯୋଗୀଙ୍କ ବୈଠକ କରିବା ସହ ସୁପ୍ରିମକୋର୍ଟଙ୍କ ରାୟ ଏମଭିଏ ସପକ୍ଷରେ ଓ ଖୁବ ଶୀଘ୍ର ସିନ୍ଦେ ସରକାର ହାରିବ ବୋଲି ଉଦ୍ଧବ ଗୋଷ୍ଠୀ ନେତା ସଂଜୟ ରାଉତ କହିଛନ୍ତି।

ଶରଦ ପାୱାରଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ବିରୋଧୀ ଦଳ ନେତା ଅଜିତ ପାୱାର, ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ପ୍ରମୁଖ ଯୋଗ ଦେଇଥିଲେ।

କର୍ଣ୍ଣାଟକରେ କଂଗ୍ରେସର ବୃହତ ବିଜୟ ପରେ ମହାରଷ୍ଟ୍ରରେ ବିଜେପିକୁ କଡା ଫାଇଟ ଦେବାକୁ ଯୋଜନା ହୋଇଛି। ଆସନ୍ତା ଲୋକସଭା ନିର୍ବାଚନରେ କିଭଳି ବିଜେପିକୁ ହରେଇହେବ ସେ ନେଇ ରଣନୀତି ପ୍ରସ୍ତୁତ ହୋଇଛି।

ଉଦ୍ଧବ ଗୋଷ୍ଠୀ, ଏନସିପି ଓ କଂଗ୍ରେସ ମଧ୍ୟରେ ମହରାଷ୍ଟ୍ରରେ ଖୁବ ଶୀଘ୍ର ଆସନ ବୁଝାମଣା ହେବ। କିଏ କେଉଁ ଜାଗାରୁ ଲଢ଼ିବ ତାକୁ ନେଇ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।

ଏପରିକି ଏମଭିଏ ମେଣ୍ଟର ବଜ୍ରମୁଟ ରାଲି ପୁଣିଥରେ ଆରମ୍ଭ ହେବ। ବର୍ତ୍ତମାନ ଦେଶରେ ବିଜେପି ବିରୋଧରେ ହାୱା ବହିବା ଆରମ୍ଭ କରିଛି ବୋଲି ଶରଦ ପାୱାର କହିଛନ୍ତି। ତେଣୁ ଲୋକେ ବିଜେପିକୁ ଆଉ ବିଶ୍ୱାସ କରୁ ନ ଥିବା ବେଳେ ତାଙ୍କ ନେତୃତ୍ୱକୁ ଗ୍ରହଣ କରୁ ନାହାନ୍ତି ବୋଲି କର୍ଣ୍ଣାଟକରୁ ବାର୍ତା ମିଳିଥିବା ପାୱାର ବୈଠକରେ କହିଥିବା ସୂଚନା ମିଳିଛି।

ତେଣୁ ଲୋକେ ସେମାନଙ୍କ ବିରୋଧରେ ଏକ ଭଲ ବିକଳ୍ପ ଚାହୁଁଛନ୍ତି ସେଥିପାଇଁ ଏମଭିଏ ନିଜକୁ ପ୍ରସ୍ତୁତ କରିବା ଦରକାର ବୋଲି କୁହାଯାଇଛି। ଯାହାକୁ ନେଇ ଏମଭିଏ ଉତ୍ସାହିତ ହୋଇଛି। ସେପଟେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସିନ୍ଦେ ଗୋଷ୍ଠୀର ୧୬ ବିଧାୟକଙ୍କ ଅଯୋଗ୍ୟ ସମ୍ପର୍କିତ ନିଷ୍ପତ୍ତି ବାଚସ୍ପତି କଣ ନେବେ ତା ଉପରେ ନଜର ରହିଛି।

Leave A Reply

Your email address will not be published.