Latest Odisha News

BREAKING NEWS

ରହସ୍ୟମୟ ରୋଗ କବଳରେ ଆଫ୍ରିକୀୟ ଦେଶ !

ସେନେଗାଲ୍‌: ପଶ୍ଚିମ ଆଫ୍ରିକାରେ ଥିବା ସେନେଗାଲ୍ ଦେଶରେ ଆତଙ୍କ ଖେଳାଇଛି ଏକ ରହସ୍ୟମୟ ରୋଗ । ଏହି ରୋଗର ପୀଡିତ ବ୍ୟକ୍ତିମାନେ ଦେହ କୁଣ୍ଡାଇ ହେବା, ଘୋଳାବିନ୍ଧା ଓ ଖାସ କରି ଆଖି ଲାଲ୍ ଦେଖାଯିବା ନେଇ ଖୁଲାସା କରିଛନ୍ତି । ଦେଶର ୫୦୦ରୁ ଅଧିକ ଧୀବର ଏହି ରହସ୍ୟମୟ ରୋଗରେ ପୀଡିତ ଥିବା ସୂଚନା ମିଳିଛି ।

ଏହି ରହସ୍ୟମୟ ରୋଗରେ ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକ ସମୁଦ୍ରରୁ ଫେରିବା ପରେ ଏପରି ଲକ୍ଷଣର ଶିକାର ହୋଇଛନ୍ତି । ରାଜଧାନୀ ଡକାର୍‌ରେ ଏହି ରୋଗ ବହୁମାତ୍ରାରେ ଲୋକଙ୍କଠାରେ ପରିଲକ୍ଷିତ ହୋଇଛି । ଦେଶର ସ୍ୱାସ୍ଥ୍ୟ ସୂଚନା ଓ ଶିକ୍ଷା ନିର୍ଦ୍ଦେଶାଳୟ ପୀଡିତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିଥିଲାବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି ।

ନଭେମ୍ବର ୧୭ରେ ପ୍ରଥମେ ଜଣେ ୨୦ବର୍ଷୀୟ ଯୁବକଙ୍କ ଦେହ କୁଣ୍ଡାଇହେବା, ମୁହଁରେ ଯନ୍ତ୍ରଣା, ଓଠ ଶୁଖିଲା ପଡିଯିବା ଓ ଆଖି ଲାଲ ହେବା ଭଳି ଲକ୍ଷଣ ସାମ୍ନାକୁ ଆସିଥିଲା । ତେବେ ନିକଟରେ ଏହି ରୋଗର କିଛି ନୂଆ ଲକ୍ଷଣ ବି ସାମ୍ନାକୁ ଆସିଛି । ଯେପରିକି ମୁଣ୍ଡବ୍ୟଥା, ଗୁପ୍ତାଙ୍ଗରେ ଜ୍ୱଳନ ଓ ଦେହରେ ତାପମାତ୍ରା ମଧ୍ୟ ପରିଲକ୍ଷିତ ହୋଇଛି ।

ଅନ୍ୟପଟେ ଏହି ରୋଗ ଭାଇରାଲ୍ ନୁହେଁ ବୋଲି ଦେଶର ସ୍ୱାସ୍ଥ୍ୟ ଓ ସମାଜ କାର୍ଯ୍ୟକାରୀ ମନ୍ତ୍ରୀ ଜଣାଇଥିଲେ । ଏ ନେଇ ଦେଶର ସ୍ୱାସ୍ଥ୍ୟ ବିଭାଗ ଅନୁସନ୍ଧାନ ଆରମ୍ଭ କରିଥିଲାବେଳେ ସମୁଦ୍ରକୁ ଯିବା ନେଇ ନିଷେଧାଦେଶ ଜାରି କରାଯାଇଛି ।

Leave A Reply

Your email address will not be published.