Latest Odisha News

BREAKING NEWS

କେରଳର ରହସ୍ୟମୟ ମନ୍ଦିର: ଯେଉଁଠି ଦୁର୍ଯ୍ୟୋଧନଙ୍କ ନାମରେ ରହିଛି ଜମି, ସରକାର ନିୟନ୍ତି ଟ୍ୟାକ୍ସ !

ଭୁବନେଶ୍ୱର: ପୁରାଣରେ ବର୍ଣ୍ଣିତ ସମସ୍ତ ଦେବତାଙ୍କୁ ମନ୍ଦିରରେ ପୂଜା କରାଯାଏ ନାହିଁ । ପୁରାଣ ଶାସ୍ତ୍ରାନୁଯାୟୀ ଗଣେଶ, ସରସ୍ୱତୀ, ଦୁର୍ଗା, କାଳୀ, ମହାଦେବ, ଶ୍ରୀବିଷ୍ଣୁ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥ, କାର୍ତ୍ତିକ, ଶ୍ରୀହନୁମାନଙ୍କୁ ମନ୍ଦିର ମଧ୍ୟରେ ପୂଜା କରାଯାଉଥିଲେ ମଧ୍ୟ ବ୍ରହ୍ମା ମନ୍ଦିରରେ ପୂଜା ହୁଅନ୍ତି ନାହିଁ । ସେହିପରି ରାମାୟଣରେ ବର୍ଣ୍ଣିତ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ଶ୍ରୀହନୁମାନଙ୍କୁ ମନ୍ଦିରରେ ପୂଜା କରାଯାଉଥିଲେ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ତଥା ସଖା ଅର୍ଜୁନ କେବେବି ମନ୍ଦିରରେ ପୂଜିତ ହୁଅନ୍ତି ନାହିଁ । କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମହାଭାରତରେ ବର୍ଣ୍ଣିତ ଯୁବରାଜ ଦୁର୍ଯ୍ୟୋଧନଙ୍କୁ ଏକ ମନ୍ଦିରରେ ପୂଜା କରାଯାଇଥାଏ ।ଏକ ଧର୍ମବିଶ୍ୱାସକୁ ନେଇ କେରଳର କୋଲମ ଜିଲ୍ଲାରେ ରହିଛି ଏକ ମନ୍ଦିର। ଯେଉଁ ମନ୍ଦିରରେ ପୂଜା ପାଉଛନ୍ତ କୌରବ ଯୁବରାଜ ଦୁର୍ଯ୍ୟୋଧନ ।  ଏ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ ।

ହଁ କିନ୍ତୁ ଏହା ସତ । କେରଳର କୋଲମ ଜିଲ୍ଲାରେ ରହିଛି ପୋରୁଭାଝି ପେରୁଭିଥି ମଲନାଦ ମନ୍ଦିର । ଏହି ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ କୌରବ ରାଜକୁମାର ଦୁର୍ଯ୍ୟୋଧନଙ୍କୁ ପୂଜା କରିଥାନ୍ତି । ଭାବନ୍ତୁ କେତେ ରହସ୍ୟମୟ ଏ ଭକ୍ତି ଭାବନା । କାରଣ ମହାଭାରତ ଗ୍ରନ୍ଥର ବର୍ଣ୍ଣନା ଅନୁସାରେ ଦୁର୍ଯ୍ୟୋଧନ ହେଉଛନ୍ତି ଜଣେ ଚର୍ଚ୍ଚିତ ଚରିତ୍ର ।  ମହାଭାରତ ଯୁଦ୍ଧର ଅନ୍ୟତମ କାରଣ ହେଉଛନ୍ତି ସେ । ପାଣ୍ଡବ ମାନଙ୍କ ଚରିତ୍ରର ପୂରା ବୀପରିତ ଧର୍ମୀ ଥିଲେ ରାଜକୁମାର ଦୁର୍ଯ୍ୟୋଧନ । ତା ହେଲେ ତାଙ୍କୁ ପୂଜା କରାଯାଉଛି କେମିତି ? ଏ ପ୍ରଶ୍ନ ନିହାତି ମନଭିତରକୁ ଆସିବ । କିନ୍ତୁ କେରଳର ଏହି ମଲନାଦ ମନ୍ଦିରରେ ଦୁର୍ଯ୍ୟୋଧନଙ୍କୁ ହିଁ ଉପାସନା କରାଯାଏ । ଏହି ମନ୍ଦିରରେ କୌରବ ରାଜକୁମାରଙ୍କ କୌଣସି ମୂର୍ତ୍ତିକୁ ପୂଜା କରାଯାଏ ନାହିଁ ।କେବଳ ଏକ ପ୍ରସ୍ତର ଚଟାଣକୁ ପୂଜା କରାଯାଇଥାଏ । ଏହି ଠାରେ ହିଁ ଭକ୍ତ ମାନେ ସଂକଳ୍ପ ମୁଦ୍ରାରେ ରାଜକୁମାର ଦୁର୍ଯ୍ୟୋଧନଙ୍କୁ ପୂଜା କରିଥାନ୍ତି ।

ମାଲନାଦର  ରହସ୍ୟମୟ କିମ୍ବଦନ୍ତୀ ଓ କୌରବରାଜକୁମାର ଦୁର୍ଯ୍ୟୋଧନଙ୍କୁ ପୂଜା କରିବାର ଧାରା । ଭାରତରେ କରାଯାଉଛି କୌରବ ରାଜକୁମାର ଦୁର୍ଯ୍ୟୋଧନଙ୍କୁ ପୂଜା ।କେରଳର ରହସ୍ୟମୟ ଦୁର୍ଯ୍ୟୋଧନଙ୍କ ମନ୍ଦିର । କେରଳର କୋଲମ ଜିଲ୍ଲାରେ ରହିଛି ଏହି ମନ୍ଦିର । ଦୁର୍ଯ୍ୟୋଧନ କୁରଭ ଜାତିର ଲୋକଙ୍କ ଅାତିଥେୟତାରେ ଖୁସି ହୋଇ ଏହିଠାରେ ଦେବଦେବ ମହାଦେବଙ୍କ ଉଦେଶ୍ୟରେ କରିଥିଲେ ତପସ୍ୟା ।  ରାଜଧର୍ମ ପାଳନ କରିବା ସହ ଏଠାର ସ୍ଥାନୀୟ ବାସିନ୍ଦା ମାନଙ୍କୁ ଦେଇଥିଲେ ଦାନ ।  ତାହା ପୁଣି ୧୦୦ ଏକର ଜମି । ଏଭଳି ରହସ୍ୟମୟ ଲସୋକ ବିଶ୍ୱାସ ରହିଛି ଏହି ମଲନାଦ ମନ୍ଦିରକୁ ନେଇ ।

ସମସ୍ତେ ଭଲଭାବେ ଜାଣନ୍ତି ମହାଭାରତ ମୁଖ୍ୟ ଖଳନାୟକ ହେଲେ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ପୁତ୍ର ଦୁର୍ଯ୍ୟୋଧନ । ମହାଭାରତ ଯୁଦ୍ଧ କେବଳ ଦୁର୍ଯ୍ୟୋଧନଙ୍କ ଗର୍ବ ଓ ଅହଙ୍କାର ଲାଗି ଘଟିତ ହୋଇଥିବାର ମହାଭାରତରେ ବେଶ୍ ବର୍ଣ୍ଣନା ରହିଛି । କିନ୍ତୁ କେରଳର ଏହି ମନ୍ଦିରରେ କାହିଁକି ଦୁର୍ଯ୍ୟୋଧନଙ୍କୁ ପୂଜା କରାଯାଇଥାଏ । ଏହି ପ୍ରଶ୍ନ ଅନେକ ସମୟରେ ଭାରତୀୟମାନଙ୍କ ମନକୁ ରହସ୍ୟାବୃତ କରି ରଖିଛି । ଏପରିକି ଲୋକ ବିଶ୍ୱାସ ରହିଛି ଯେ କେବଳ ରାଜକୁମାର ଦୁର୍ଯ୍ୟୋଧନ ନୁହଁନ୍ତି ଏପରିକି ଏହି ସ୍ଥାନରେ ଦୁର୍ଯ୍ୟୋଧନ ନିଜ ପରିବାରର ସଦସ୍ୟଙ୍କୁ ମଧ୍ୟ ପୂଜା କରିବା ପାଇଁ କହିଥିଲେ ଅାଉ ସେମାନେ ମଧ୍ୟ ଏଠାରେ ତପସ୍ୟା କରିଥିବାର ବିଶ୍ୱାସ ରହିଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟକର କଥା ହେଲା ଏବେ ବି ଏହି ସ୍ଥାନରେ ଥିବା ୧୦୦ଏକର ଚାଷ ଜମିରୁ ସରକାର କର ଆଦାୟ କରନ୍ତି । ଦୁର୍ଯ୍ୟୋଧନଙ୍କ ନାମରେ । ଭାବନ୍ତୁ କେତେ ରହସ୍ୟମୟ କଥା ଏହା ।

ଏ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ଦୁର୍ଯ୍ୟୋଧନଙ୍କ ନାମରେ ଆଦାୟ କରାଯାଏ ଜମିରୁ କର । ଲୋକବିଶ୍ୱାସର ଏକ ନିଆରା ଉଦାହରଣ । ଦୁର୍ଯ୍ୟୋଧନ ଏହି ଅଞ୍ଚଳର ବାସିନ୍ଦାଙ୍କୁ ଦାନ ଦେଇଥିବା ଚାଷ ଜମିରୁ କୌରବ ରାଜକୁମାରଙ୍କ ନାମରେ ଆଦାୟ କରାଯାଏ କର । କେରଳର ଏହି ମନ୍ଦିରକୁ ନେଇ ଥିବା ଲୋକବିଶ୍ୱାସ ମନରେ ଅନେକ ପ୍ରଶ୍ନ ସୃଷ୍ଟିକରୁଛି । କିନ୍ତୁ ଦୁର୍ଯ୍ୟୋଧନଙ୍କୁ ନେଇ ସ୍ଥାନୀୟ ଲୋକ ମାନଙ୍କର ଥିବା ବିଶ୍ୱାସ କଳନା କରିବା ସମ୍ଭବ ନୁହେଁ । ଲୋକବିଶ୍ୱାସରେ ଦୁର୍ଯ୍ୟୋଧନ ହେଉଛନ୍ତି ପ୍ରଜାବତ୍ସଳ ଶାସକ । ସେ ଏହି ଅଞ୍ଚଳର ମଙ୍ଗଳକାମନା କରି ଭଗବାନ ଶିବଙ୍କୁ ଏହିଠାରେ ହିଁ ପୂଜା କରିଥିଲେ । ଲୋକବିଶ୍ୱାସର ଏହି ରହସ୍ୟମୟ ଦିଗ ଅନେକ ପ୍ରଶ୍ନ ସୃଷ୍ଟି କରୁଥିଲେ ମଧ୍ୟ ଦୁର୍ଯ୍ୟୋଧନଙ୍କୁ କିନ୍ତୁ ଏହି କୁରଭ ଜାତିର ଲୋକେ ପୂଜା କରନ୍ତି  ତା କେରଳର ଏହି ମନ୍ଦିରରେ ପ୍ରତିଦିନ ଅନେକ ଭକ୍ତ ଓ ଶ୍ରଦ୍ଧ। ଏଠାକୁ ଆସି ଦୁର୍ଯ୍ୟୋଧନଙ୍କୁ ସଂକଳ୍ପ ମୁଦ୍ରାରେ ପୂଜା କରିଥାନ୍ତି ।

Leave A Reply

Your email address will not be published.