Latest Odisha News

BREAKING NEWS

ଓଡ଼ିଶାର କୃଷକ ‘କାଳିଆ’ ଯୋଜନାରୁ ୫ଟି ବଡ଼ ସହାୟତା ପାଇପାରିବେ

ଭୁବନେଶ୍ୱର: କୃଷି କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ତଥା ଦାରିଦ୍ର‌୍ୟତା ହ୍ରାସ ଲାଗି ଓଡ଼ିଶା ସରକାରଙ୍କ ରାଜ୍ୟ କ୍ୟାବିନେଟ ଶୁକ୍ରବାର କାଳିଆ (କୃଷକ ଆସିଷ୍ଟାନସ ଫର ଲାଇଭଲିହୁଡ଼ ଆଣ୍ଡ ଇନକମ ଆଗୁମେଣ୍ଟେସନ) ଯୋଜନାକୁ ମଞ୍ଜୁର କରିଛନ୍ତି ।

ରାଜ୍ୟ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏହି କାଳିଆ ଯୋଜନାରେ ଚାଷ ଓ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲାଗି ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସରକାର ଚାଷୀଙ୍କୁ ରବି ଓ ଖରିଫ ଋତୁରେ ଏହି ଆର୍ଥିକ ସହାୟତା ଯୋଗାଇଦେବେ ।

‘କାଳିଆ’ଯୋଜନାରେ ୫ଟି ମୁଖ୍ୟ ଅଂଶ
୧ – ଚାଷୀଙ୍କୁ ଆର୍ଥିକ ସହାୟତା: ଏହି ଯୋଜନା ଦ୍ୱାରା ୧୦ ଲକ୍ଷ ଭୂମିହୀନ ଚାଷୀ ଉପକାର ପାଇବା ସହିତ ୩୦ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଏହି ଯୋଜନାରୁ ଉପକୃତ ହୋଇପାରିବେ । ଏହି ଚାଷୀମାନଙ୍କୁ ରବି ଓ ଖରିଫ ଋତୁରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସରକାର ୩ ବର୍ଷ ପର୍ଯ୍ୟନ୍ତ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦେବେ । ଏହା ୨୦୧୮-୧୯ ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଉପଲବ୍ଧ ହେବ ।

୨ – ଏହି ଯୋଜନାରେ ଭୂମିହୀନ ଚାଷୀଙ୍କୁ ସହାୟତା: ଏହି ଯୋଜନା ଦ୍ୱାରା ୧୦ ଲକ୍ଷ ଭୂମିହୀନ ଚାଷୀ ଉପକୃତ ହୋଇପାରିବେ । ଭୂମିହୀନ ଚାଷୀ ଛେଳି ପାଳନ, ଅଣ୍ଡା ଉତ୍ପାଦନ, ବତକ ପାଳନ, ମାଛ ଚାଷ, ଛତୁ /ମହୁ ଚାଷ କରିପାରିବେ । ପ୍ରତି ପରିବାରକୁ ୧୨,୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।
୩ – ଏହି ଯୋଜନାରେ ଭୂମିହୀନ ଶ୍ରମିକ ଚାଷୀ ଏବଂ ବୟସ୍କ ଚାଷୀଙ୍କୁ ସହାୟତା: ଯେଉଁ ବୟସ୍କ ଚାଷୀମାନେ ବୟସ ଦୃଷ୍ଟିରୁ କୌଣସି ସୁବିଧା ହାସଲ କରିପାରୁନାହାନ୍ତି ସେମାନେ ଏହି କାଳିଆ ଯୋଜନାରୁ ଉପକୃତ ହୋଇପାରିବେ । ଜୀବିକା ଲାଗି ସରକାର ବର୍ଷକୁ ୧୦ ହଜାର ଟଙ୍କା ପ୍ରଦାନ କରିବେ । ଗ୍ରାମ ପଞ୍ଚାୟତ ସ୍ତରରେ ଏହି ଚାଷୀମାନଙ୍କୁ ଚିହ୍ନିତ କରାଯିବାର ଯୋଜନା ରହିଛି ।
୪ – ଚାଷୀଙ୍କ ଲାଗି ଜୀବନ ବୀମା ସହିତ ଦୁର୍ଘଟଣା ବୀମା: ଏହି ଯୋଜନା ଅନ୍ତର୍ଗତ ଚାଷୀମାନଙ୍କ ଲାଗି ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମା ତଥା ଭୂମୀହୀନ ଚାଷୀଙ୍କ ଲାଗି ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ରାଜ୍ୟର ପ୍ରାୟ ୫୭ ଲକ୍ଷ ଚାଷୀ ଉପକୃତ ହୋଇପାରିବେ । ଏଥିଲାଗି ୨ଲକ୍ଷ ଟଙ୍କାର ବୀମା ସହିତ ୨ଲକ୍ଷ ଟଙ୍କାର ଦୁର୍ଘଟଣା ବୀମାର ବ୍ୟବସ୍ଥା ହୋଇଛି ।

୫ – ବିନା ସୁଧରେ ଚାଷୀ ଋଣ: ଏହି ଯୋଜନାନୁଯାୟୀ, ରାଜ୍ୟ ସରକାର ଚାଷୀମାନଙ୍କୁ ୫୦ ହଜାର ପର୍ଯ୍ୟନ୍ତ କୃଷି ଋଣ ବିନା ସୁଧରେ ପ୍ରଦାନ କରିବେ । ତେବେ ୨୦୨୦-୨୧ ବର୍ଷରେ ସମୁଦାୟ ୧୦,୨୮୦ କୋଟି ଟଙ୍କା ଆଗାମୀ ୩ ବର୍ଷ ଲାଗି ବ୍ୟୟ ଅଟକଳ ରଖାଯାଇଛି । ରାଜ୍ୟ ସରକାର ୨୦୨୧ ମସିହାରେ ଏହି ଯୋଜନାର ପୁନର୍ବିଚାର କରିବା ସହିତ ଆବଶ୍ୟକୀୟ ସଂଶୋଧନ କରିପାରିବେ ।

Leave A Reply

Your email address will not be published.