Latest Odisha News

BREAKING NEWS

କୁମ୍ଭୀର ଓ ପକ୍ଷୀ ଗଣନା ନେଇ ଜାନୁଆରି ୬ରୁ ଭିତରକନିକା ବନ୍ଦ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ପର‌୍ୟ୍ୟଟକମାନଙ୍କ ପାଇଁ ଆସନ୍ତା ଜାନୁଆରି ୬ରୁ ୧୪ ତାରିଖ ପର‌୍ୟ୍ୟନ୍ତ ବନ୍ଦ ରହିବ।

ଏହି ଦିନଗୁଡ଼ିକରେ ବିଦେଶାଗତ ପକ୍ଷୀ ଏବ˚ ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଓଡିଶାର ବିଶିଷ୍ଟ ବଉଳାକୁମ୍ଭୀର ବିଷାରଦ ଡ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୮ଟି ଟିମ ଏହି ଗଣନା କାର‌୍ୟ୍ୟରେ ସାମିଲ ହେବେ।

ଆହୁରି ମଧ୍ୟ ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଣ୍ଣ ଜଳାଶୟ, ରାଇପାଟିଆ, ମଠଆଡିଆ, ଗୁପ୍ତିଘାଟ, ହ˚ସିଣା ଘାଟ ଏବ˚ ବତୀଘରର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମିରେ ରାଜନଗର ବନବିଭାଗ ପକ୍ଷରୁ ପକ୍ଷୀଗଣନା କରାଯିବାକୁ ଥିବାବେଳେ ଏହି ଗଣନାରେ ୧୨ଟି ଟିମ୍ ସାମିଲ ହେବା ନେଇ ସୂଚନା ମିଳିଛି ।।

ଏହି ୯ ଦିନିଆ ଗଣନା କାର୍ଯ୍ୟକ୍ରମରେ ଅ˚ଶଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କୁ ଆସନ୍ତା ଜାନୁଆରି ୫ ତାରିଖ ଦିନ ପକ୍ଷୀ ଏବ˚ କୁମ୍ଭୀର ଗଣନା ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯିବ ବୋଲି ଡିଏଫଓ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.