Latest Odisha News

BREAKING NEWS

ଉତର କୋରିଆରେ ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଗୁଳି କରି ହତ୍ୟା

ପ୍ୟୋନ୍‌ଗ୍ୟାଙ୍ଗ:ଉତର କୋରିଆ ସରକାରଙ୍କ କରୋନା ନେଇ କଠୋର ନିଷ୍ପତିକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଏକଚ୍ଛତ୍ରବାଦ ନୃଶଂସ ଶାସକ କିମ ଜୋଙ୍ଗ କରୋନା ଆକ୍ରାନ୍ତଙ୍କ ପାଇଁ ଏଠାରେ ସ୍ଥାନ ନାହିଁ ବୋଲି କହିଛନ୍ତି । ସରକାର ଚୀନରୁ ଫେରିଥିବା ନିଜର ଜଣେ ଅଧିକାରୀଙ୍କୁ ଏଥିନେଇ ଗୁଳି କରି ହତ୍ୟା କରାଇଛନ୍ତି। ସେ କରୋନା ସନ୍ଦିଗ୍ଧ ଥିଲେ ଏବଂ ହସ୍ପିଟାଲରେ ସର୍ବସାଧାରଣଙ୍କ ବ୍ୟବହାର ଲାଗି ଉଦ୍ଦିଷ୍ଟ ବାଥରୁମ୍ ବ୍ୟବହାର କରିଥିଲେ । ତାଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଥିଲା ।

ଅଧିକାରୀ ଜଣକ ସର୍ବସାଧାରଣଙ୍କ ପାଇଁ ଥିବା ବାଥ୍‌ରୁମକୁ ବ୍ୟବହାର କରିଥିଲେ। ପାଇଁ ତାଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଛି। ତାଙ୍କଠାରୁ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଏବଂ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପରେ ଏହି ଭୁଲ୍ ପାଇଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

Leave A Reply

Your email address will not be published.