Latest Odisha News

BREAKING NEWS

ପର୍ଣ୍ଣଷ୍ଟାର ଭୂମିକାରେ ନଜର ଆସିବେ ‘ବାହୁବଳୀ’ର ଏହି ଅଭିନେତ୍ରୀ

ମୁମ୍ବାଇ : ସାଉଥ୍ ଚଳଚ୍ଚିତ୍ର ଜଗତର ସବୁଠୁ ହାଇବଜେଟ୍ ଫିଲ୍ମ ବୋଲାଉଥିବା ‘ବାହୁବଳୀ’ ପିଲ୍ମର ଶିବଗାମୀ ଦେବୀ ଓରଫ୍ ରାମ୍ୟା କୃଷ୍ଣନ୍ ତାଙ୍କ ଆଗାମୀ ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ ।

ଅଭିନେତ୍ରୀ ରାମ୍ୟା କୃଷ୍ଣନ୍ ନିଜର ଆଗାମୀ ଫିଲ୍ମ ସୁପର ଡିଲକ୍ସରେ ପୂରାପୂରି ହଟ୍ ଲୁକରେ ଦର୍ଶକଙ୍କୁ ମତୁଆଲା କରିବାକୁ ଯାଉଛନ୍ତି ।

ସୁପର ଡିଲକ୍ସ ନାମକ ଫିଲ୍ମରେ ରାମ୍ୟା ଜଣେ ପର୍ଣ୍ଣଷ୍ଟାର ଭୂମିକାରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି।

ସୋଶିଆଲ୍ ମିଡିଆରେ ଏହାର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

ନିକଟରେ ରାମ୍ୟା ଏହି ଫିଲ୍ମ ଉପରେ ନିଜର ଅଭିଜ୍ଞତାକୁ ସେୟାର କରିବା ସହିତ ସୁପର ଡିଲକ୍ସ ଫିଲ୍ମ ପଇସା ପାଇଁ ନୁହେଁ ବରଂ ନିଜ ପ୍ୟାସନ ପାଇଁ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ଫିଲ୍ମର ଗୋଟିଏ ଖାସ୍ ସିନ୍ ପାଇଁ ତାଙ୍କୁ ୩୭ଟି ରିଟେକ୍ ଦେବାକୁ ପଡିଥିଲା ବୋଲି କହିଥିଲେ ।

ଏହି ଭିନ୍ନଧର୍ମୀ ଫିଲ୍ମର ନିର୍ଦ୍ଦେଶନା ଭାର ତ୍ୟାଗରାଜନ କୁମାରରାଜ ତୁଲାଉଥିବା ବେଳେ ଷ୍ଟାରକାଷ୍ଟ ଭାବେ ସାମନ୍ଥା ଅକ୍କିନେନି, ବିଜୟ ସେତୁପତି ଓ ମାସ୍କିନ୍ ସାମିଲ ଅଛନ୍ତି । ଫିଲ୍ମଟି ମାର୍ଚ୍ଚ ୨୯ ତାରିଖରେ ମୁକ୍ତିଲାଭ କରିବ ।

Leave A Reply

Your email address will not be published.