Latest Odisha News

BREAKING NEWS

ଏକ କ୍ୱିଂଟାଲରୁ ଅଧିକ ଗଂଜେଇ ଜବତ, ୪ ଗିରଫ

ଜୟପୁର: ଜୟପୁର ସଦର ପୋଲିସକୁ ମିଳିଛି ବଡ ସଫଳତା । ଆଜି ଏକ କ୍ୱିଂଟାଲରୁ ଅଧବକ ଗଂଜେଇ ଜବତ କରିଛି ପୋଲିସ । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ମୁତାବକ, ଜୟପୁର କୋରାପଟୁ ଘାଟିର ମନ୍ଦିର ନିକଟରୁ ଏକ ଟ୍ରକ୍‌ରେ ଗଂଜେଇ ଲୋଡିଂ ହୋଇଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଏହି ଟ୍ରକ୍‌ରେ ଗଂଜେଇ ଲୋଡିଂ କରି ରାୟପୁରକୁ ଚାଲାଣ ହେଉଥିଲା । ଗରିଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ୫ଟି ମୋବାଇଲ, ନଗଦ ୨,୩୦୦ ଟଙ୍କା ଓ ପଶ୍ଚିମବଙ୍ଗର ଏକ ଟ୍ରକ୍‌କୁ ମଧ୍ୟ ଜବତ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଗଂଜେଇ ବ୍ୟବସାୟର ମାଷ୍ଟର ମାଇଣ୍ଡ କାଳୁ ଶର୍ମା ଓ ଦିଲ୍ଲୀପ ବାହାଦୁର ଥିବା ଏସ୍‌ଡିପିସ ବରୁଣ ଗୁଣ୍ଠୁପାଲି ସୂଚନା ଦେଇଛନ୍ତିି ।

Leave A Reply

Your email address will not be published.