Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ; ନେଉଥିଲେ ଠିକାଦାରଙ୍କ ଠାରୁ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ। ଆଜି ସନ୍ଧ୍ୟାରେ ଜୈନେକ ଠିକାଦାରଙ୍କ ବକେୟା ବିଲ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ ଧରିଛି ।

ବିଲ କରାଇ ଦେବାକୁ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଠିକାଦାରଙ୍କ ବକେୟା ବିଲ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ ତାଙ୍କୁ ଧରିବାରେ ସଫଳ ହୋଇଛି।

ସହରାଞ୍ଚଳର ଠିକାଦାର ଜ୍ୟୋତିରଞ୍ଜନ ମିଶ୍ର ଦୀର୍ଘଦିନ ଧରି ବିଲ ପାଇଁ ତାଙ୍କ ନିକଟକୁ ଯିବା ସହିତ ଏ ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ମାତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ୨୦ ହଜାର ନ ଦେଲେ ବିଲ ହୋଇପାରିବ ନାହିଁ କହିଥିଲେ। ଏ ନେଇ ଠିକାଦାର ମିଶ୍ର ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ ।

ତେବେ ଆଜି ସନ୍ଧ୍ୟାରେ ଉମାଦେବୀ ସାହିରେ ଥିବା କ୍ୱାର୍ଟରରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସିଥିଲା । ଏଥିସହ ନେଇଥିବା ଲାଞ୍ଚ ଟଙ୍କା ଜବତ କରିଥିଲା। ନିରଞ୍ଜନଙ୍କ କ୍ଵାର୍ଟର ସମେତ ଏନଏସି କାର୍ଯ୍ୟଳୟ,ବିଭିନ୍ନ ସ୍ଥାନକୁ ନେଇ ଭିଜିଲାନ୍ସ ବିଭାଗ ତନାଘନା କରୁଛି ।

Comments are closed.