Latest Odisha News

BREAKING NEWS

ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସଂପନ୍ନ

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉମଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ନାଗାର୍ଜୁନ ବେଶ ନେଇ ବିଳମ୍ୱ ହୋଇଥିଲା । ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ୟ୍ୟ । ଭୋର ୪ଟା ପରିବର୍ତ୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ବେଶ ।

ପୁରୀ ଜିଲ୍ଲାପାଳ କହିଛନ୍ତି, ଦୁଇ ନିଯୋଜ ସେବାୟତଙ୍କ ଭିତରେ ବିବାଦ ଲାଗିଥିଲା । ହସ୍ତକ୍ଷେପ ପରେ ମାହପ୍ରଭୁଙ୍କ ନୀତି ଆଗକୁ ବଢ଼ିଥିଲା । ଦୀର୍ଘ ୨୬ ବର୍ଷ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରତ୍ନ ସିଂହାସନ ଉପରେ ଏହି ବିରଳ ବେଶ ଅନୁଷ୍ଠିତ ହୋଇଥିଲା । ବୀର ବେଶରେ ଶୋଭା ପାଇଥିଲେ ଶ୍ରୀଜିଉ । ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଥିଲେ ମହାପ୍ରଭୁ ।

ବୀର ନାଗା ବେଶରେ ଦୁଇ ଭାଇ ଜଗା-ବଳିଆ ସଜେଇ ହେଲେ । ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହେଲେ ମାଆ ସୁଭଦ୍ରା । ନାଗାର୍ଜୁନ ବେଶ ସମ୍ପନ୍ନ ହେବା ପରେ ଏବେ ଅନ୍ୟାନ୍ୟ ନୀତିକାନ୍ତି ଚାଲିଛି । ଶ୍ରୀଜିଉଙ୍କର ବଲ୍ଲଭ ନୀତି ଆରମ୍ଭ ହୋଇଛି । ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଚଳିତବର୍ଷ କରୋନା ମହାମାରୀ ଯୋଗୁ ଊକ୍ତ ମହାପ୍ରଭୁଙ୍କ ଏହି ବିରଳ ଓ ଦୁର୍ଲଭ ବେଶ ଦେଖିବାରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ସିଂହଦ୍ୱାର ଆଗରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । କିଏ କାନ୍ଦୁଛି ତ କେହି କେହି ଭାବର ଠାକୁଙ୍କର ଦୁଆରେ ଗଡ଼ି ଯାଉଛନ୍ତି । ଘଣ୍ଟଘଣ୍ଟା ସହ ବୀର ବାଦ୍ୟରେ କମ୍ପିଥିଲା ସିଂହଦ୍ୱାର ।

Leave A Reply

Your email address will not be published.