Latest Odisha News

BREAKING NEWS

ବିଶ୍ୱ କରୋନା; ୨୪ ଘଣ୍ଟାରେ ୫.୪୦ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କରାଳ ରୂପ ଧାରଣ କରିବାରେ ଲାଗିଛି। ବିଶ୍ୱର ୨୧୮ଟି ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୫.୪୦ଲକ୍ଷରୁ ଅଧିକ ନୂତନ କରୋନା ମାମଲା ରିପୋର୍ଟ ହୋଇଥିବା ଜଣାଯାଇଛି। ଏଥିସହ ୧୦,୯୫୩ରୁ ଅଧିକ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତି ସହିଛି। ଏହା ପରେ ମେକ୍ସିକୋ, ଇଟାଲୀ, ବ୍ରାଜିଲ, ପୋଲାଣ୍ଡ, ଋଷିଆ, ବ୍ରିଟେନ, ଭାରତରେ ସର୍ବାଧିକ ମୃତ୍ୟୁ ଘଟିଛି।

ୱାର୍ଲଡ୍‌ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୬ କୋଟି ୧୨ ଲକ୍ଷ ମାମଲା ରିପୋର୍ଟ ହୋଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୪ ଲକ୍ଷ ୩୬ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଠାରେ ଚାରି କୋଟିରୁ ୨୩ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୧ କୋଟି ୭୪ ଲକ୍ଷ ୬୮ ହଜାର ଲୋକ ଏବେବି କରୋନା ସଂକ୍ରମିତ, ହୋଇ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.