ବୌଦ୍ଧ: ବର୍ତ୍ତମାନ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ବୌଦ୍ଧ ଜିଲ୍ଲାର ସାଲୁଙ୍କି ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ଭିତରେ ଏକ ବଡ ଅଘଟଣରୁ ବଞ୍ଚି ଯାଇଛି ୨ ଜୀବନ । ଜାଳ ଆଣିବାକୁ ଯାଉଥିବା ବେଳେ ଉଛୁଳା ସ୍ରୋତ ଭିତରେ ଫସିଥିଲେ ଲକ୍ଷ୍ମୀପଦରର ୨ ମହିଳା ।
ଅଚାନକ ଜଳସ୍ତର ବଢ଼ିଯିବାରୁ ୨ ମହିଳା ଏକ ଟାପୁରେ ରହିଥିଲେ । ଉଭୟ ହେଲେ ଲକ୍ଷ୍ମୀପଦର ଗାଁର ଯଶବନ୍ତି ନାୟକ ଓ ଅନ୍ୟଜଣେ ତାଙ୍କ ସମ୍ପର୍କୀୟା କୁମାରୀ ମାଝୀ ବୋଲି ସୂଚନା ମିଳିଛି । ଖବର ପାଇବା ପରେ ୨ ମହିଳା ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ବୌଦ୍ଧ ଅଗ୍ନିଶମ ବାହିନୀ ।