Latest Odisha News

BREAKING NEWS

ନନ୍ଦନକାନନର ୬୬ ତମ ପ୍ରତିଷ୍ଠା ଦିବସ; ନୂଆ ଜନ୍ତୁଙ୍କୁ ନାଁ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ୬୬ ବର୍ଷରେ ପଦାର୍ପଣ କରିଛି ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ୧୯୬୦ ମସିହା ଡିସେମ୍ବର ୨୯ ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣି ଉଦ୍ୟାନ । ଏହି ଅବସରରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଏହି ଦିନକୁ ଅବିସ୍ମରଣୀୟ କରିବା ପାଇଁ ବ୍ୟାପକ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଚିଡ଼ିଆଖାନାରେ ଅନେକ ନୂତନ ପ୍ରାଣୀ ଖୁଆଡ ଉଦଘାଟନ କରିଛନ୍ତି । ଉତ୍ତର-ପୂର୍ବ ପାନୋରାମା, ସିଭେଟ୍ ବିଲେଇ ଏନ୍କ୍ଲୋଜର, କାଚ-ସମ୍ମୁଖ କଲରାପତରିଆ ବାଘ ଘେରା, କ୍ଷୁଦ୍ର ବିଲେଇ ଏନକ୍ଲୋଜର କମ୍ପ୍ଲେକ୍ସ, ଉଦ୍ୟାନ କୃଷି ଶାଖା, ତୃଣଭୋଜି ପଶୁ ସଂରକ୍ଷିତ ସଂରକ୍ଷଣ ସୁବିଧା, ସରୀସୃପ ସଂରକ୍ଷିତ ସୁବିଧା, ରାଟେଲ, ସ୍ଲଥ ବିୟର ପାଇଁ ଏନକ୍ଲୋଜର ଉଦଘାଟିତ ହୋଇଛି । ସେଥିମଧ୍ୟରେ ୨୫ ବର୍ଷ ପରେ ନନ୍ଦନକାନନରେ ଖୋଲିଛି ଓଧ ଖୁଆଡ଼ ।

ନନ୍ଦନକାନନକୁ ବିଶ୍ବସ୍ତରୀୟ ଚିଡ଼ିଆଖାନା କରିବା ଲକ୍ଷ୍ୟରେ ସରକାରଙ୍କ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ୨ ଶହ କୋଟି ଟଙ୍କା ନନ୍ଦନକାନନକୁ ପ୍ରଦାନ କରାଯାଇଛି ।

ସେହିପରି ପ୍ରତିଷ୍ଠା ଦିବସରେ ଅବସରରେ କିଛି ନୂଆ ଜନ୍ତୁଙ୍କର ନାଁ ଘୋଷଣା କରିଛନ୍ତି ମନ୍ତ୍ରୀ । ଧଳା ବାଘୁଣୀ ରୂପାର ଦୁଇ ଅଣ୍ଡିରା ଛୁଆ ଅରୁଣ, ଅର୍ଜୁନ, ଧଳା ବାଘୁଣୀ ମୌସୁମୀର ମାଈ ଛୁଆ ଅନନ୍ୟା, ବାଘୁଣୀ ଅଙ୍କିତର ଛୁଆ କାହ୍ନ, ସିଂହ ରେବା ଛୁଆ ରକି, ମାଈ ଛୁଆ ଲକି, ସିଂହୀ ବିଜୁଳିର ଛୁଆ ହର୍ଷ ଓ ଧ୍ରୁବ, ଗୋଟିଏ ମାଈ ଛୁଆ ଶ୍ରେୟା, ସିମ୍ପାଜି ଦୁର୍ଗାର ଅଣ୍ଡିରା ଛୁଆ ସୁରଜ, ସିମ୍ପାଜି ରାଖୀର ଅଣ୍ଡିରା ଛୁଆ ଇସାନ, ହିମାଳୟ କଳାଭାଲୁ ମନିର ମାଈଛୁଆ ସୁଭଦ୍ରା ରଖାଯାଇଛି ।

Leave A Reply

Your email address will not be published.