Latest Odisha News

BREAKING NEWS

ନଈରେ ବୁଡି ମାଆ ଓ ପୁଅଙ୍କ ସଲିଳ ସମାଧି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଏକ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ମୃତକଙ୍କ ନାମ ସୁଷମା ମହାରଣା (୩୫) ଓ ସୁଧାଂଶୁ ମହାରଣା (୯) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପନାଡ ଗ୍ରାମରେ ଜଣେ ମା ଓ ପୁଅ ନିକଟରେ ଥିବା ଘୋଡାହାଡ ନଦୀରେ ଗାଧୋଉଥିବାବେଳେ ଅଚାନକ ବୁଡିଯାଇଥିଲେ ।

ସୂତ୍ରରୁ ପ୍ରକାଶ ଯେ ନଦୀରେ ଗାଧୋଉଥିବା ବେଳେ ପୁଅଟି ଅଚାନକ ବୁଡିଯାଉଥିବାବେଳେ ତାକୁ ବଞ୍ଚାଇବାକୁ ଯାଇ ମା ମଧ୍ୟ ନିଜେ ବୁଡି ଯାଇଥିଲେ ।

ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ସେମାନଙ୍କ ମୃତ ଦେହକୁ ଗଭୀର ଜଳ ଭିତରୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.