Latest Odisha News

BREAKING NEWS

[ଭିଡ଼ିଓ] ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ଲାଠିଚାର୍ଜ ଘଟଣାକୁ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର : ଲୋୟର ପିଏମଜିରେ ଛାତ୍ର କଂଗ୍ରେସର ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜ ପ୍ରତିବାଦ କରିଛି କଂଗ୍ରେସ । ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଗୋଡ଼େଇ ପିଟିବା ଓ ମୁଣ୍ଡ ଫଟାଇବା ଅଧିକାର ପୁଲିସକୁ ଦିଆଯାଇନି । ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି କିମ୍ବା ସରକାରୀ ଚାପରେ ବେଆଇନ କାମ କରୁଛନ୍ତି ।
ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ ।

ଘଟଣାର ପ୍ରତିବାଦରେ ଆଗାମୀ ୧୪ ତାରିଖରେ ଦଳ ପକ୍ଷରୁ ରାଜ୍ୟର ସବୁ ଏସପି ଅଫିସ ଘେରାଉ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଶୁକ୍ରବାର ବିନା ମାଜିଷ୍ଟ୍ରେଟ ନିର୍ଦ୍ଦେଶରେ ମୁଣ୍ଡ ଫଟେଇ ମାରି ଚାଲିଲା ପୋଲିସ । କାଲିର ଘଟଣାକୁ ଦୃଢ଼ ନିନ୍ଦା କରିଛି ଦଳ । ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ କରାଯାଉ । କମିଶନର କହୁଛନ୍ତି ସେ ଘଟଣା ବିଷୟରେ ଜାଣିନାହାନ୍ତି, ତାହେଲେ ସେ କରୁଛନ୍ତି କ’ଣ ? ପୋଲିସ ବିରୋଧରେ ୩୦୭ ଦଫାରେ ତଦନ୍ତ ହେଉ । ଆମ ଆହତ କର୍ମୀଙ୍କୁ ପୋଲିସ କ୍ଷତିପୂରଣ ଦେଉ ବୋଲି କଂଗ୍ରେସ ଦାବି କରିଛି ।

 

 

 

Leave A Reply

Your email address will not be published.