Latest Odisha News

ନରେନ୍ଦ୍ର ନାଥ ଦାଶଙ୍କ ‘ପ୍ରୀତି ପ୍ରମୋଦିନୀ’ ଉନ୍ମୋଚିତ

ଭୁବନେଶ୍ୱର : କବି ନରେନ୍ଦ୍ର ନାଥଙ୍କ ରଚିତ ଗୀତି କବିତା ପୁସ୍ତକ ‘ପ୍ରୀତି ପ୍ରମୋଦିନୀ’ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ , ଆଶ୍ରାକ୍ଳବର ବିଂଶତମ ସ୍ୱନକ୍ଷେତ୍ର ଦିବସ ଅବସରରେ ଉନ୍ମୋଚିତ ହୋଇ ଯାଇଛି।

ବିଷ୍ଣୁପ୍ରିୟା ଓତାଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଏବଂ ସାହିତ୍ୟିକ ଦାଶ ବେନେହୁର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ‘ପ୍ରୀତି ପ୍ରମୋଦିନୀ’ ପୁସ୍ତକରେ ସ୍ଥାନିତ କବିତାଗୁଡ଼ିକ ଜୀବନ ଦର୍ଶନର ନିଚ୍ଛକ ସତ ଉପରେ ରଚିତ ଏବଂ ତାର ଶବ୍ଦ ସଂଯୋଜନା ପାଠକଙ୍କୁ ମୋହିତ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ରବି ମହାପାତ୍ରଙ୍କୁ ନିଃସ୍ୱାର୍ଥ ବନ୍ଧୁ ଭାବନା ପାଇଁ ଓ ବିଜୟ ସାହୁଙ୍କୁ ଉନ୍ନତ ସମାଜ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚନ୍ଦ୍ର ବିଜୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୌଦାମିନୀ ବେହେରା ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.