Latest Odisha News

BREAKING NEWS

[ଭିଡିଓ] କଫି ଫ୍ଲାସ୍କରୁ ବାହାରିଲା ସୁନା, କେନିଆ ବାସିନ୍ଦା ଗିରଫ

ମୁମ୍ବାଇ: ଭାରତୀୟ କଷ୍ଟମ୍ ଅଥରିଟିଙ୍କ ହୋସ୍ ଉଡାଇଛି ସୁନା ସ୍ମଗଲିଂ । ପ୍ରତିଦିନ ସାମ୍ନାକୁ ଆସୁଛି ଚାଲେଂଜ କଲାଭଳି ପରିସ୍ଥିତି । ବିଦେଶରୁ ସୁନା ତସ୍କରି କରି ଧରାପଡୁଛନ୍ତି ଅନେକ ଭାରତୀୟ ତଥା ବିଦେଶୀ ନାଗରିକ । ଏଭଳି ସ୍ଥିତିରେ ଶାରଜାହରୁ ଫେରିଥିବା କେନିଆର ୧୮ଜଣ ମହିଳାଙ୍କ କାରନାମା ମୁମ୍ବାଇ ଏୟାରପୋର୍ଟରେ ଚାଂଚଲ୍ୟ ସୃଷ୍ଟି କରିଛି ।

ଗତକାଲି କଷ୍ଟମ୍ ଅଧିକାରୀଙ୍କ ରାଡାରକୁ ଆସିଥିଲେ ଶାରଜାହରୁ ମୁମ୍ବାଇକୁ ଆସିଥିବା ଏକାଧିକ କେନିଆର ମହିଳା । ସେମାନଙ୍କୁ ଅଟକ ରଖି ତନଖି କରିବା ପରେ କଫି ଫ୍ଲାସ୍କ ତଥା କଫି ପାଉଡରରୁ ଜବତ ହୋଇଥିଲା ୩ କି.ଗ୍ରା ୮୦୦ ଗ୍ରାମ ଓଜନର ସୁନା । ବାର, ତାର ଓ ପାଉଡରରେ ରୂପରେ ବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ମୁମ୍ବାଇ ଏୟାରପୋର୍ଟର କଷ୍ଟମ ଅଧିକାରୀ ସୂଚନା ଦେଇଛନ୍ତି । ସୁନା ତସ୍କରି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.