Latest Odisha News

BREAKING NEWS

ଚଳିତ ବର୍ଷର ଜୁନ ମାସଥିଲା ସବୁଠାରୁ ଉତ୍ତପ୍ତ

ନୂଆଦିଲ୍ଲୀ: ଭାରତରେ ଏବେ ବର୍ଷା ବିତ୍ପାତ ଜାରୀ ରହିଛି । ତେବେ ଚଳିତ ବର୍ଷର ଜୁନ ମାସ ଥିଲା ସବୁଠାରୁ ଉତପ୍ତ । ନାସା ଓ ଏନଓଏଏର ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ୧୭୪ ବର୍ଷ ମଧ୍ୟରେ ୨୦୨୩ ଜୁନ ସବୁଠାରୁ ଉତପ୍ତ ରହି ରେକର୍ଡ କରିଛି । ୧୦ଟି ସର୍ବାଧିକ ଉତପ୍ତ ମାସରେ ଏହା ସାମିଲ ହୋଇଛି । ୧୯୯୧ରୁ ୨୦୨୦ ମଧ୍ୟରେ ୨୦୨୩ ଜୁନ ୦.୫ ଡିଗ୍ରୀ ସେଲସିୟସ ଅଧିକ ଥିଲା । ଓଭରାଲ ଆଭରେଜରୁ ଏହା ୧ ଡିଗ୍ରୀ ଅଧିକ ରହିଥିଲା । ବୈଜ୍ଞାନିକମାନଙ୍କ ମତରେ ଅଲ ନିନୋ ପ୍ରଭାବ ଯୋଗୁ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗ୍ଲୋବାଲ ୱାର୍ମିଂ ଯୋଗୁ ଅଲ ନୀନୋ ମଜଭୁତ ହେବାରେ ଲାଗିଛି । ଯାହା କି ଆମ ପାଇଁ କ୍ଷତିକାରକ ବୋଲି ସେମାନେ ଚେତାଇ ଦେଇଛନ୍ତି ।

ଜଳବାୟୁ ମଡେଲ ଅନୁସାରେ ଅଲ ନୀନୋ ଓ ଭାରତୀୟ ଗ୍ରାଷ୍ମକାଳୀନ ମନସୁନ ମଧ୍ୟରେ ସମ୍ବନ୍ଧ ବଢ଼ିବ । ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ ଆମେ ନ କମାଇଲେ ଉତପ୍ତ ପରିବେଶ ଦିନକୁ ଦିନ ବଢ଼ିବାରେ ଲାଗିବ । ସମୟକ୍ରମେ ପ୍ରତି ଦଶନ୍ଧିରେ ତାପମାତ୍ରା ବଢ଼ିବାରେ ଲାଗିଛି । ଗଛ ସଂଖ୍ୟା କମିବା ଏବଂ ପରିବେଶ ପ୍ରଦୂଷଣ ଏହାର ମୂଖ୍ୟ କାରଣ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.