Latest Odisha News

BREAKING NEWS

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

ରାୟଗଡ଼ା: ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍ । ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

୨୦୧୯ ମସିହା ଫେବ୍ରୁଆରୀ ୯ ତାରିଖରେ ରାୟଗଡ଼ା ଥାନା କୋଡ଼ାପାଡ଼ି ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଗାଁର ସାମିଶି ରାଓ ମିଣିଆକାଙ୍କୁ ସେହି ଗାଁର ରାଜୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଘଟଣା ଦିନ ମୃତ ସାମିଶି ରାଓ ମିଣିଆକା ଓ ତାର ଦାଦା ରୂପ ମିଣିଆକା ଗାଁର ଏକ ଆମ୍ବ ତୋଟାରେ ବିଶ୍ରାମ ନେଉଥିଲେ । ସେହି ସମୟରେ ଗାଁର ରାଜୁ ମିଣିଆକା ଏକ ଟାଙ୍ଗିଆରେ ସାମିଶିକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସାମିଶିର ମୃତ୍ୟୁ ହୋଇଥିଲା । ନିକଟରେ ଥିବା ମୃତକଙ୍କ ଦାଦା  ଓ କିଛି ଗ୍ରାମବାସୀ ଅଭିଯୁକ୍ତ ରାଜୁକୁ ଧରି ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ।

ରାୟଗଡ଼ା ପୋଲିସ ହତ୍ୟାକାରୀ ରାଜୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାରେ ମୃତକଙ୍କ ଦାଦା ସମେତ ୫ ଜଣ ପ୍ରତ୍ୟକ୍ଷଦର୍ଶୀ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ୧୯ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜିଲା ଦୌରା ଜଜ୍ ବିକ୍ରମ କେଶରୀ ପଟ୍ଟନାୟକ ଅଭିଯୁକ୍ତ ରାଜୁ ମିଣିଆକାକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।

Leave A Reply

Your email address will not be published.