Latest Odisha News

BREAKING NEWS

ଏପ୍ରିଲ ୧୦ରୁ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିବ

 ଭୁବନେଶ୍ୱର : ସମ୍ବଲପୁର -ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଏପ୍ରିଲ ୧୦ରୁ ଚଳାଚଳ ଆରମ୍ଭ କରିବ । ସମ୍ବଲପୁର-ପୁରୀ ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛିା ୧୮୩୦୩ ସମ୍ବଲପୁର -ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତିଦିନ ସକାଳ ୬ ଟାରେ ଛାଡି ପୁରୀଠାରେ ଅପରାହ୍ନ ୧୨ ଘଣ୍ଟା ୫୦ ମିନିଟରେ ପହଁଞ୍ଚିବ ।

ସେହିପରି ଫେରିବା ମାର୍ଗରେ ୧୮୪୦୪ ପୁରୀ-ସମ୍ବଲପୁର ଇମ୍ଟରସିଟି ଏକ୍ସପ୍ରେସ ପୁରୀ ଠାରୁ ପ୍ରତିଦିନ ଅପରାହ୍ନ ୩ ଟା .୪୫ ମିନିଟରେ ବାହାରି ସମ୍ବଲପୁର ଠାରେ ରାତି ୧୦ ଟା.୨୦ ମିନିଟରେ ପହଁଞ୍ଚିବ ।

ଏହି ଟ୍ରେନ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାଶ୍ୱର୍ରୁ ଜୁଜୋମୁରା, ରେଢାଖୋଲ, ବାମୁରା, ବୋଇଣ୍ଡା , ଜରାପଡା,ଅନୁଗୁଳ , ତାଳଚେର ରୋଡ, ମେରାମାଣ୍ଡିଳୀ, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର , ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହାର ଗଠନରେ ଦୁଇଟି ଏସି ଚେୟାର କାର, ୫ଟି ଦ୍ୱିତୀୟ ଶ୍ରେଣୀ ଚେୟାର କାର , ୫ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଚୟାର କାର ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ରହିଛି ।

ବିଶାଖାପାଟନମ୍ –କିରାଣ୍ଡୁଲ –ବିଶାଖାପାଟନମ୍ ଏକ୍ସପ୍ରେସକୁ ଦ୍ୱି ସପ୍ତାହିକରୁ ଦୈନିକ ଚଳାଚଳ ପାଇଁ ସ୍ଥିର କରାଯାଇଛି । ଏହି ଟ୍ରେନ ୭ ଏପ୍ରିଲ ୨୦୨୨ ଠାରୁ ବିଶାଖାପାଟନମ ଠାରୁ ଏବଂ ୮ ଏପ୍ରିଲ ୨୦୨୨ ଠାରୁ କାରାଣ୍ଡୁଲ ଠାରୁ ପ୍ରତିଦିନ ଚଳାଚଳା କରିବ । ଏହି ଟ୍ରେନ ପାଇଁ ସ୍ଥିରିକୃତ ସମୟ ସାରଣୀ , ରହଣି ସ୍ଥାନ ଏବଂ ଗଠନରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡିଛି ।

Leave A Reply

Your email address will not be published.