Latest Odisha News

BREAKING NEWS

ଜାତୀୟ ସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଓଡ଼ିଶା, ଭୁବନେଶ୍ୱରଙ୍କ ଆର୍ଥିକ ସହାୟତାରେ ୧୦ ଦିନ ବ୍ୟାପୀ ଜାତୀୟ ସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଏକାମ୍ର ହାଟ ଭୁବନେଶ୍ୱରଠାରେ ଶ୍ୟାମଭକ୍ତ ମିଶ୍ର, ନିର୍ଦ୍ଦେଶକ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।

ଏହି ଉଦ୍‌ଘାଟନୀ ଉତ୍ସବରେ ଦେବସ୍ମିତା ସାହୁ, ସଭାପତି, ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ, ଭୁବନେଶ୍ୱର, ସରୋଜ କୁମାର ପଟେଲ, ସ୍ୱତନ୍ତ୍ର ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତଥା ପରିଚାଳନା ନିର୍ଦ୍ଦେଶକ, ଉତ୍କଳିକା, ଅଶୋକ କୁମାର ହୋତା, ବରିଷ୍ଠ ସହନିର୍ଦ୍ଦେଶକ, ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ଭୁବନେଶ୍ୱର, କଲ୍ୟାଣୀ ପଟ୍ଟନାୟକ, ପରିଚାଳିକା, ଉତ୍କଳିକା ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଏହି ପ୍ରଦର୍ଶନୀରେ ରାଜ୍ୟର ୧୨ଟି ଜିଲ୍ଲା ଏବଂ ଅନ୍ୟ ତିନୋଟି ରାଜ୍ୟର ୫୦ ଜଣ ଶିଳ୍ପୀ/ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନୀ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି । ଓଡ଼ିଶାରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର, ମୟୂରଭଞ୍ଜ, କଟକ, ବାଲେଶ୍ୱର, ନୟାଗଡ଼, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ଯଥା ପଥର ଖୋଦେଇ, କାଠ ଖୋଦେଇ, ସବାଇ ଘାସ, ଗୋଲ୍‌ଡେନ୍‌ ଗ୍ରାସ ଶିଳ୍ପ, ଚାନ୍ଦୁଆ, ପଟ୍ଟଚିତ୍ର, ରୂପା ତାରକସୀ, ଆଦିବାସୀ ଜୁଏଲାରୀ, କତାଶିଳ୍ପ, ତାଳପତ୍ର ଖୋଦେଇ, ଶାମୁକା, କାର୍ପେଟ, କଂସା ଓ ପିତ୍ତଳ, ଢୋକ୍ରା, ଶିଙ୍ଗ, ଝୋଟ କାମ ଭଳି ଶିଳ୍ପଗୁଡ଼ିକ ପ୍ରଦର୍ଶିତ ହେଉଛି । ଏହି ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.