Latest Odisha News

BREAKING NEWS

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ ହ୍ଵାଟସଆପ୍ସ ପେ !

ନୂଆଦିଲ୍ଲୀ: ଫେସବୁକ ମାଲିକାନାରେ ଥିବା ମେସେଜିଙ୍ଗ ଆପ୍ସ ହ୍ଵାଟସଆପ୍ସ ଖୁବ ଶୀଘ୍ର ନିଜର ପେମେଣ୍ଟ ସର୍ଭିସକୁ ନେଇ ଛଅ ବର୍ଷରୁ ପ୍ରସ୍ତୁତି ଚଳାଇଥିଲା |

ଏବେ ସୂଚନା ମିଳୁଛି ଯେ ଏହି ହ୍ଵାଟସଆପ୍ସ ପେ ଖୁବ ଶୀଘ୍ର ଭାରତରେ ଲଞ୍ଚ କରିବ | ହ୍ଵାଟସଆପ୍ସ ପେ ଭାରତର ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ ରୁ ଲାଇସେନ୍ସ ମିଳିଯାଇଛି |

ଏନପିସିଆଇ ରୁ ଲାଇସେନ୍ସ ମିଳିଯିବା ପରେ ୟୁନିଫାଇଡ଼ ପେମେଣ୍ଟ ଇଣ୍ଟରଫେସ ବା ୟୁପିଆଇ ଜରିଆରେ ତାର ପେମେଣ୍ଟ ସେବା ଯୋଗାଇବ | ହ୍ଵାଟ୍ସଆପ ପେମେଣ୍ଟ ପାଇଁ ଏହି କମ୍ପାନୀ ୨୦୧୮ ରୁ ନିଜର ବେଟା ଟେଷ୍ଟିଙ୍ଗ ଆରମ୍ଭ କରିଥିଲା |

ଏଥିପାଇଁ ଆଇସିଆଇସି ବ୍ୟାଙ୍କ ସହ ମିଶି ଏହି ସେବା ଯୋଗାଇବ | ଏନପିସିଆଇ ରୁ ଲାଇସେନ୍ସ ମିଳିବା ସମ୍ପର୍କରେ ହ୍ଵାଟ୍ସଆପ ଅଫିସିଆଲ ରୂପେ କହି ନାହିଁ |

ଜାତୀୟ ଗଣମାଧ୍ୟମ ବିଜିନେସ ଷ୍ଟାଣ୍ଡର୍ଡ ର ଏକ ରିପୋର୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଏହା ଏକ କୋଟି ଲୋକଙ୍କୁ ଏହି ସେବା ମିଳିବ | ହେଲେ ଏବେ ହ୍ଵାଟ୍ସଆପ ର ୪୦ କୋଟିରୁ ଉର୍ଦ୍ଧ୍ବ ୟୁଜର୍ସ ଅଛନ୍ତି |

ସୂଚନାଯୋଗ୍ୟ ଯେ ପୂର୍ଵ ସପ୍ତାହ ରେ ଫେସବୁକ ର ସିଇଓ ମାର୍କ ଜୁକରବର୍ଗ କହିଥିଲେ ଯେ ଆଗାମୀ ଛଅ ମାସରେ ହ୍ଵାଟ୍ସଆପ ପେ ବହୁ ଦେଶରେ ଲାଇଭ ହେବ ଯେଉଁଥିରେ ଭାରତ ମଧ୍ୟ ସାମିଲ ଥିଲା | ଭାରତ କୁ ଛାଡିଦେଲେ ବ୍ରାଜିଲ, ଇଣ୍ଡୋନେସିଆ ଓ ମେକ୍ସିକୋ ରେ ମଧ୍ୟ ଲଞ୍ଚ କରିବ |

ହ୍ଵାଟ୍ସଆପ ପେକୁ ମଞ୍ଜୁରୀ ନମିଳିବାର ସବୁଠୁ ବଡ଼ କାରଣ ସୁରକ୍ଷା | ବହୁ ସମୟରେ ସାଇବର ଏକ୍ସପର୍ଟ ମଧ୍ୟ ହ୍ଵାଟ୍ସଆପ ପେ ସୁରକ୍ଷା କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି | ପୂର୍ଵ ମାସରେ ହ୍ଵାଟ୍ସଆପରୁ ଗୋଟିଏ ପରେ ଗୋଟିଏ ସୁରକ୍ଷା ବଗ ପାଇଛନ୍ତି |

ପୂର୍ବ ବର୍ଷ ଅଗଷ୍ଟ ମାସ ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତ ରେ ଡିଜିଟାଲ କାରବାର ପ୍ରତିବର୍ଷ ୧୨.୭ ପ୍ରତିଶତ ବଢୁଛି |

Leave A Reply

Your email address will not be published.