Latest Odisha News

BREAKING NEWS

କରୋନା କଟକଣା ଭିତରେ ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା

ଭୁବନେଶ୍ବର : ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା । କୋଭିଡ କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ମନ୍ତ୍ରୀ ତୁଷାରକାନ୍ତି ବେହେରା ଜିଲ୍ଲାସ୍ତରୀୟ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ବିଭିନ୍ନ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ପୁଲିସ କର୍ମଚାରୀଙ୍କୁ ମଧ୍ୟ ସମ୍ମାନୀତ କରିଥିଲେ ମନ୍ତ୍ରୀ ତୁଷାର କାନ୍ତି ବେହେରା ।

ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁକୁନ୍ଦି ଷ୍ଟାଡିୟମଠାରେ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଉପଜିଲ୍ଲାପାଳ ପବିତ୍ର ବେହେରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ ।

ଏହି ଅବସରରେ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି । ଏଥିରେ ସହକାରୀ ଉପଜିଲ୍ଲାପାଳ ହେମେନ୍ଦ୍ର ଭୋଇ, ଏସଡିପିଓ ରାଜକିଶୋର ମିଶ୍ର, ଥାନା ଅଧିକାରୀ କମଳ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ନବକୃଷ୍ଣଚୌଧୁରୀ ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସହରରେ ଥିବା ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।

କୋଭିଡ କଟକଣା ଯୋଗୁ ଏଥର ସ୍କୁଲ ପିଲା ଓ ଜନସାଧାରଣଙ୍କୁ ପ୍ରବେଶ କରାଯାଇ ନଥିଲା । ଏହି ଅବସରରେ କୋଭିଡ ଯୋଦ୍ଧାଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଷ୍ଟାଡିୟମରେ ବୃକ୍ଷରୋପଣ କରାଯାଇଥିଲା ।

Leave A Reply

Your email address will not be published.