Latest Odisha News

BREAKING NEWS

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ

କୋରାପୁଟ : ଆଜି ହେଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ । ଏହି ଦିବସର ଗୁରୁତ୍ୱକୁ ହୃଦୟବୋଧ କରି। ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜୟପୁର ରକ୍ତ ଭଣ୍ଡାରର କର୍ମୀମାନେ। ଜୟପୁର ବ୍ଲଡ ବ୍ୟାଙ୍କ ଅଧିକାରୀ ସୂର୍ଯ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ରାଲି କରାଯାଇଥିଲା।

ଏହି ରାଲି ରେ ନର୍ସିଂ ଛାତ୍ରୀ ମାନେ ଏବଂ ଅତୁସଥ କାର୍ଯ୍ୟ ପଥୀ ମେମୋରୀୟଲ ଟ୍ରଷ୍ଟ ର ପ୍ରଫୁଲ କୁମାର ପାଥୀ  ସାମିଲ ହୋଇଥିଲେ । ସହର ର ରାଜାନଗର ରୁ ରାଲି ବାହାରି ବିକ୍ରମଦେବ କଲେଜ ପର୍ଯ୍ୟନ୍ତ ପହଞ୍ଚି ରକ୍ତଦାନ ନେଇ ସଚେତନ କରାଯାଇଥିଲା।

Comments are closed.