ଭୁବନେଶ୍ବର : କଂଗ୍ରେସ ରଖିବ କି କୋରାପୁଟ ? ନା ହାତରୁ ଛଡାଇନେବ ବିଜେଡି ? ସପ୍ତଗିରିଙ୍କ ଦିଲ୍ଲୀ ବାଟରେ ଅନେକ କଣ୍ଟା । ନୂଆ ନିର୍ବାଚନ ପୁରୁଣା ଲଢେଇ । ଚବିଶ ମଇଦାନରେ କୋରାପୁଟରେ ପୁଣି ମୁହାଁମୁହିଁ ହେବେ ସପ୍ତଗିରି ଉଲାକା ଓ କୌଶଲ୍ୟା ହିକକା । ଏଥର ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର । ଦଳବଦଳ ସାଙ୍ଗକୁ ବଦଳିିଛି ବିଧାନସଭା ସମୀକରଣ । ଲୋକସଭା ଲଢେଇ ଉପରେ ଏହାର କିଭଳି ପ୍ରଭାବ ରହିବ ? ଦଳ ଭିତରେ ଗୋଷ୍ଠୀ କନ୍ଦଳ ବିଗାଡିବ କି ଖେଳ ?
କଂଗ୍ରେସ ବିଜେଡି ଟକ୍କର
କୋରାପୁଟରେ ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର କରୁଛନ୍ତି । ତେବେ କଂଗ୍ରେସ ଓ ବିଜେଡି ମଧ୍ୟରେ ସିଧା ଟକ୍କର ହେବ କୁହାଯାଉଛି । ୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ କଂଗ୍ରେସର ଗଡ ରହିଥିଲା କୋରାପୁଟ । ତେବେ ୨୦୦୯ରୁ ୨୦୧୯ ଯାଏଁ କଂଗ୍ରେସର ଅଭେଦ୍ୟ ଦୁର୍ଗରେ ଶଙ୍ଖନାଦ କରିଥିଲା ବିଜେଡି । ଗତ ନିର୍ବାଚନରେ ଗଡ ଦଖଲ କରିଥିଲେ ସପ୍ତଗିରି ଉଲାକା । ଏଥର ବି ସପ୍ତଗିରିଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ, ସେପଟେ କୌଶଲ୍ୟା ହିକକାଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । ଗତଥର ଖୁବ୍ କମ୍ ଭୋଟ ବ୍ୟବଧାନରେ ଜିତିଥିଲେ ସପ୍ତଗିରି । ତେଣୁ ଏଥର ଉଭୟଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ ।
କାହା ସପକ୍ଷରେ ବିଧାନସଭା ଅଙ୍କ ?
ରାୟଗଡା ଜିଲ୍ଲାର ଗୁଣପୁର, ରାୟଗଡା, ବିଷମକଟକ ଓ କୋରାପୁଟର ପଟାଙ୍ଗୀ, କୋରାପୁଟ, ଜୟପୁର ଓ ଲକ୍ଷ୍ମୀପୁରକୁ ନେଇ କୋରାପୁଟ ଲୋକସଭା ଆସନ । କୋରାପୁଟ, ଜୟପୁର ଓ ଲକ୍ଷ୍ମୀପୁରରେ କଂଗ୍ରେସର ପଲ୍ଲା ଭାରି ରହିଥିବା ବେଳେ ଗୁଣପୁର ଓ ବିଷମକଟକରେ ବିଜେଡି ଆଗରେ ରହିଛି । ରାୟଗଡା ଓ ପଟାଙ୍ଗୀରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ । ପାରମ୍ପରିକ ଭୋଟବ୍ୟାଙ୍କ ଉପରେ କଂଗ୍ରେସ ଭରସା ରଖିଥିବା ବେଳେ ନବୀନଙ୍କ ବିକାଶ ଆଧାରରେ ଭୋଟ୍ ମାଗୁଛି ବିଜେଡି ।
ଖେଳ ବିଗାଡିବ ଘରକଳି !
କଂଗ୍ରେସ ହେଉ କି ବିଜେଡି, କୋରାପୁଟରେ ମୁଣ୍ଡବିନ୍ଧାର କାରଣ ହୋଇଛି ଘରକଳି । ଗତଥର ଏକମାତ୍ର ଆସନ ଭାବେ କୋରାପୁଟ ଜିତିଥିଲା କଂଗ୍ରେସ । ଏଥର ବି ସପ୍ତଗିରିଙ୍କୁ ରିପିଟ୍ କରିଛି କଂଗ୍ରେସ । ତେବେ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସ୍ୱାଧୀନ ନାମାଙ୍କନ ଭରିଛନ୍ତି ଅସନ୍ତୁଷ୍ଟା କେବଳ କୋରାପୁଟ ଲୋକସଭା ନୁହେଁ, ଗୁଣପୁର, ବିଷମକଟକ, ଜୟପୁରରେ ଅସନ୍ତୁଷ୍ଟ ସ୍ୱାଧୀନ ଭାବେ ନାମାଙ୍କନ ଭରି ଭୋଟ୍ ବିଭାଜନର ଆଶଙ୍କା ବଢାଇଛନ୍ତି । ବିଜେଡିରେ ବି ବିଦ୍ରୋହୀ ସମସ୍ୟା । ବିଷମକଟକ ହେଉ କି ଲକ୍ଷ୍ମୀପୁର, ବିଭିନ୍ନ ବିଧାନସଭାରେ ବିଦ୍ରୋହୀ ଅନ୍ୟ ଦଳର ଟିକେଟରୁ ପ୍ରାର୍ଥୀ ହୋଇ ଚ୍ୟାଲେଞ୍ଜ କରୁଛନ୍ତି । ତେଣୁ ଭୋଟ୍ ଏପଟ ସେପଟ ହେବା ଆଶଙ୍କା ରହିଛି ।
ବିଜେପି ଭୋଟ୍ ହେବ ନିର୍ଣ୍ଣାୟକ !
କୋରାପୁଟ ଲୋକସଭାରେ କେବେବି ବିଜୟୀ ହୋଇନି ବିଜେପି । ତେବେ ଗତଥର ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗୀ ୨ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ଏଥର ବିଜେପି କାଳିରାମ ମାଝିଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ବିଧାନସଭା ଲଢେଇ ଲଢି ହାରିଥିଲେ କାଳିରାମ । କୋରାପୁଟରେ ବିଜେପିର ସେଭଳି ସୁଦୃଢ ସଂଗଠନ ନାହିଁ । ତେବେ କାଳିରାମଙ୍କୁ କେତେ ଭୋଟ୍ ମିଳୁଛି, ତାଉପରେ କୋରାପୁଟର ବିଜୟ ଅଙ୍କ ନିର୍ଭର କରୁଛିା
୨୦୧୯ ପରେ କୋରାପୁଟ ରାଜନୀତିରେ ସମୀକରଣ ବଦଳିଛି । ପ୍ରଦୀପ ମାଝୀ ବିଜେଡିରେ ସାମିଲ ହୋଇଛନ୍ତି ତ ଜୟରାମ ପାଙ୍ଗୀ, ଗମାଙ୍ଗୋ ପରିବାର କଂଗ୍ରେସକୁ ଫେରିଛନ୍ତି । ତେବେ ଗମାଙ୍ଗ ପରିବାରରୁ କାହାକୁ ଟିକେଟ୍ ମିଳିନଥିବାରୁ ଅସନ୍ତୋଷ ରହିଛି । ପ୍ରଦୀପ ମାଝୀ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହିଥିଲେ । ତେଣୁ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ବିଜେଡି ଆଡକୁ ଆଣିବାକୁ ସେ ଉଦ୍ୟମ କରିପାରନ୍ତିା କୋରାପୁଟର ପ୍ରାୟ ୫୨ ପ୍ରତିଶତ ଆଦିବାସୀ ଭୋଟର ଲୋକସଭା ଲଢେଇରେ ନିର୍ଣ୍ଣାୟକ ହେବେ । ତେବେ ଆଦିବାସୀ ବହୁଳ କୋରାପୁଟର ଅନେକ ଗାଁ ଏବେବି ମୌଳିକ ସମସ୍ୟା ପାଇଁ ସଂଘର୍ଷ କରୁଛନ୍ତି । କୋଟିଆ ସୀମା ବିବାଦ ବି ଲୋକସଭା ଆସନ ପାଇଁ ବଡ ପ୍ରସଙ୍ଗ । ତେଣୁ ବିକାଶ ପ୍ରସଙ୍ଗରେ କାହାକୁ ବାଛିବ କୋରାପୁଟ, ତାଉପରେ ନଜର ରହିଛିା
BREAKING NEWS
- ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ
- ୟୁକ୍ରେନ ଯୁଦ୍ଧ: ବିଦେଶୀ ସୈନ୍ୟଙ୍କୁ ୧୬ ଲକ୍ଷ ଟଙ୍କାର ଅଫର୍ ଦେଲା ଋଷ
- ମୋହିତ ସୁରିଙ୍କ ସହିତ ହାତ ମିଳାଇଲେ ରାମ ଗୋପାଳ ବର୍ମା: ବଡ଼ ପରଦାରେ ଆସିବ ଫିଲ୍ମ ‘ଧୁରନ୍ଧର’ଠୁ ବଡ଼ ଆକ୍ସନ୍ ଫିଲ୍ମ
- ବଜାରକୁ ଆସିବ ଓମଫେଡର ଆଇସକ୍ରିମ୍ ଓ ପାଣି; ସୂଚନା ଦେଲେ ମନ୍ତ୍ରୀ
- ଓରାଙ୍ଗଉଟାନକୁ ଜ୍ୱର, ଆଲର୍ଟରେ ରହିଛି ଡାକ୍ତରୀ ଟିମ୍
- ବର୍ଷା ଦିନେ କାର୍ ଭିତରୁ ବାହାରୁଛି କି ଗନ୍ଧ? ପୁରୁଣା ଖବରକାଗଜର ଏହି ସହଜ ଟ୍ରିକ୍ ବଞ୍ଚାଇବ ହଜାର ହଜାର ଟଙ୍କା
- ବ୍ୟକ୍ତିଗତ ଶତ୍ରୁତା ସାଧିବା ପାଇଁ ହାଇକୋର୍ଟରେ ପିଆଇଏଲ୍ ! ୫୦ ହଜାର ଜୋରିମାନା ସହ ଆବେଦନ ଖାରଜ କଲେ ବିଚାରପତି
- ଶୋଇଥିବା ବେଳେ ଜଳିଗଲେ ବ୍ୟକ୍ତି, ଅଳ୍ପକେ ବର୍ତ୍ତିଲେ ପୁଅ
- ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ହେୟାର ଷ୍ଟାଇଲ ଓ ମେକ ଅପ୍ ବାବଦରେ ଖର୍ଚ୍ଚ ହେଲା ୪.୪୯ କୋଟି ଟଙ୍କା
- ପ୍ରଖର ସ୍ରୋତରେ ଭାସିଗଲେ ସ୍ୱାମୀ, ଗ୍ରାମବାସୀଙ୍କ ଉଦ୍ୟମରୁ ବଞ୍ଚିଗଲେ ପତ୍ନୀ


Comments are closed.