Latest Odisha News

BREAKING NEWS

ଇଂଲଣ୍ଡରେ ଜଗନ୍ନାଥ ମନ୍ଦିର; ନବୀନ ଦେଲେ ପ୍ରତିଶୃତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇ ରୋମରେ ୟୁରୋପରେ ଅବସ୍ଥାପିତ ଓଡ଼ିଆଙ୍କୁ ଭେଟିଛନ୍ତି । ରୋମ୍ ସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲ ହାସଲର୍ ରୋମାରେ ଏକ ସ୍ୱତନ୍ତ୍ର ବୈଠକ କରିଥିଲେ ନବୀନ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓଡ଼ିଆଙ୍କ ସହ ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା ବିଷୟରେ ଆଲୋଚନା କରିଥିଲେ । ଭାରତର ଖାଦ୍ୟ ସୁରକ୍ଷା ଶୃଙ୍ଖଳରେ ଓଡ଼ିଶାର ବଡ଼ ଭାଗିଦାରିତା ବୋଲି କହିଥିଲେ ।

ବୈଠକରେ ନବୀନ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ଭଲ ଘୋଷଣା କରିଛନ୍ତି । ଇଂଲଣ୍ଡରେ ଓଡ଼ିଆମାନେ ତିଆରି କରୁଥିବା ଜଗନ୍ନାଥ ମନ୍ଦିର ପାଇଁ ସମସ୍ତ ସାହାଯ୍ୟ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ନବୀନ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କ କ୍ୟାରିଅର ପାଇଁ ଶୁଭେଚ୍ଛା ଦେଇଛନ୍ତି ।

Leave A Reply

Your email address will not be published.