Latest Odisha News

BREAKING NEWS

ଝାରସୁଗୁଡ଼ା: ଓଡ଼ିଶାର ୨ଟି ବୃହତ ତାପଜ ବିଜୁଳି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଜିଲ୍ଲା ବରହରପାଲି ଷ୍ଟେସନରେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନର ଇବ୍ ଥର୍ମାଲ୍ ପାୱାର ୩ୟ ଓ ୪ର୍ଥ ୟୁନିଟ୍ ତାପଜ ବିଜୁଳି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ।

“୧୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଦୁଇଟି ୟୁନିଟ୍ କାର୍ଯ୍ୟକ୍ଷମ ହେବାପରେ, ଏହା ରାଜ୍ୟକୁ ଅତିରିକ୍ତ ୧,୩୨୦ ମେଗାୱାଟ୍ ଶକ୍ତି ଆସନ୍ତା ୨୫ ବର୍ଷ ଧରି ଯୋଗାଇବ,” ବୋଲି ମୁଖ୍ୟମନ୍ତ୍ରୀ ଏହି ୟୁନିଟ ଦ୍ୱୟକୁ ଉଦଘାଟନ କରିବା ଅବସରରେ କହିଛନ୍ତି ।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ମନୋହରପୁର ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏକ କୋଇଲା ମାଇନ୍ସ ଉଦଘାଟନ କରିଛନ୍ତି । “ମନୋହରପୁରରୁ ଓପିଜିସିକୁ କୋଇଲା ଯୋଗାଇଦେବା ଲାଗି ଏକ ନୂଆ ରେଲୱେ ଲାଇନ୍ ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି,” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ପ୍ଲାଣ୍ଟ ମାଧ୍ୟମରେ ମନୋହରପୁର ମାଇନ୍ସରୁ ବାର୍ଷିକ ୮ ମିଲିୟନ କୋଇଲା ଉତ୍ପାଦିତ ହୋଇପାରିବ । ରାଜ୍ୟସରକାର ଓଡ଼ିଶା କୋଲ୍ ମାଇନ୍ସ ଓ ପାୱାର୍ ଲିମିଟେଡ଼ ମାଇନ୍ସ ମନୋହରପୁରଠାରେ ନେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.