Latest Odisha News

BREAKING NEWS

ମୋଦୀଙ୍କ ରୋଡ ସୋ ପାଇଁ ୫୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ ରେ ମୁତୟନ ହେବେ ୫୫ ପ୍ଲାଟୁନ ଫୋର୍ସ । ଏନେଇ ସୂଚନା ଦେଲେ ସିପି ସଞ୍ଜୀବ ପଣ୍ଡା । ଏଥି ସହିତ ବମ୍ ସ୍କ୍ବାଡ୍ ଓ ଡଗ୍ ସ୍କ୍ବାଡ ବି ମୁତୟନ କରାଯିବ ।

ଆସନ୍ତା ମେ ୧୦ ତାରିଖରେ ଭୁବନେଶ୍ବରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ସଜାଗ ହେଲାଣି ପୋଲିସ୍ ପ୍ରଶାସନ । ଯେଭଳି ମୋଦୀଙ୍କ ରୋଡ ସୋ ବେଳେ କିଛି ବି ଅସୁବିଧା ନହେବ ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଯେପରି କିଛି ତ୍ରୁଟି ନରହିବ ସେଥିପାଇଁ ସବୁ ପ୍ରସ୍ତୁତି କରିସାରିଲାଣି ପୋଲିସ୍ ପ୍ରଶାସନ । ଏନେଇ ସୁରକ୍ଷାର ସୂଚନା ଦେଇଛନ୍ତି ସିପି ସଞ୍ଜୀବ ପଣ୍ଡା । ସେ କହିଛନ୍ତି, ‘ରାମ ମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ହେବ । ମେ ୧୦ ତାରିଖ ସନ୍ଧ୍ୟାରେ ରୋଡ୍ ସୋଲାଗି ବ୍ଲୁ ବୁକ୍ ଅନୁସାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଉକ୍ତ ପରିସରକୁ ନୋ ଫ୍ଲାଇଂ ଜୋନ କରାଯିବ । ବମ୍ ଓ ଡଗ୍ ସ୍କ୍ବାଡ୍ ମଧ୍ୟ ମୁତୟନ ରହିବେ । ଏଥିସହିତ ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି ମଧ୍ୟ ଉପସ୍ଥିତ ରହିବେ । ୫୫ ପ୍ଲାଟୁନ୍ ଫୋର୍ସ ସହ ୩ଟି ଆଣ୍ଟି ଟେରର୍ ଫୋର୍ସ ବି ମୁତୟନ ହେବେ ।’

Leave A Reply

Your email address will not be published.