Latest Odisha News

BREAKING NEWS

ବିଜେପି କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ କହିଲେ ନବୀନ, କଡା ଜବାବ ଦେଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ଏବେ ନିର୍ବାଚନୀ ପ୍ରଚାର ଜାରି ରହିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେବ । ତେବେ ଏହି ପ୍ରଚାର ସମୟରେ ବିଭିନ୍ନ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବା ରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଆସି ରାଜ୍ୟରେ ତୁହା କୁ ତୁହା ପ୍ରଚାର କରୁଛନ୍ତି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ଭିକ୍ଷା ସହ ନବୀନ ସରକାରଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି । ଯାହାର ଆଜି କଡା ଜବାବ ରଖିଛନ୍ତି ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଆଜି ବିଜେପିର କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ ବୋଲି କହିଛନ୍ତି । ଏକ ସେ କହିଛନ୍ତି ଯେ, ନିର୍ବାଚନ ବେଳେ ଓଡ଼ିଶାକୁ ପଲିଟିକାଲ ଟୁରିଷ୍ଟ ଆସନ୍ତି । ପରେ ଆଉ ସେମାନେ ଦେଖାଯାଆନ୍ତି ନାହିଁ । ହେଲେ ଓଡିଶାବାସୀଙ୍କ ଉପରେ ଏହାର ପ୍ରଭାବ କିଛି ପଡିବନି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଶାଳୀନ ଓ ଅପମାନଜନକ ଭାଷା ପ୍ରୟୋଗ କରୁଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟର ଲୋକମାନେ ମଧ୍ୟ ଏଭଳି ଭାଷାକୁ ପସନ୍ଦ କରନ୍ତି ନାହିଁ ବୋଲି ନବୀନ କହିଛନ୍ତି । ଯାହାର କଡା ଯବାବ ଦେଇଛି ବିଜେପି ।

ପାଲଟା ଜବାବରେ ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି । ଓଡିଶାରେ ତାମିଲବାବୁ ଟୁରିଷ୍ଟ ସାଜିଛନ୍ତି । ଓଡିଶା ଭାଷା କୁ ପୁରା ନଷ୍ଟ କରିସାରିଲେଣି ତାମିଲବାବୁ । ଓଡ଼ିଶାକୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେଇଥିବା ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଟୁରିଷ୍ଟ ନୁହଁନ୍ତି । ଯେଉଁ ସରକାରୀ ବାବୁ ଏଠାରେ ଚାକିରି କରିବାକୁ ଆସିଥିଲେ ସେ ହେଉଛନ୍ତି ଓଡ଼ିଶାରେ ଟୁରିଷ୍ଟ ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ ।

Leave A Reply

Your email address will not be published.