Latest Odisha News

BREAKING NEWS

ମାଓ ଅଧ୍ୟୁଷିତ ୨ଟି ଜିଲ୍ଲାରେ ବ୍ୟାଙ୍କିଂ ଓ ଟେଲିକମ୍ ସେବା ଦାବି କଲେ ନବୀନ

ଭୁବନେଶ୍ୱର: ଓଡିଶାର ମାଓ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାଙ୍କିଂ ଓ ଟେଲିକମ୍ ସେବା ଓ ରେଳ ସଂଯୋଗ ଭଳି ୩ଟି ଦାବି ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦିଲ୍ଲୀରେ ମାଓ ମୁକାବିଲା ନେଇ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, “ମାଓ ଉପଦ୍ରୁତ ଜିଲ୍ଲା ମାଲକାନଗିରି ଓ ନବରଙ୍ଗପୁରକୁ ରେଳ ସଂଯୋଗ, ବ୍ୟାଙ୍କିଂ ଓ ଟେଲିକମ୍ ସେବା ନେଇ କେନ୍ଦ୍ର ନିକଟରେ ଦାବି କରାଯାଇଛି” ।

ଆହୁରି ମଧ୍ୟ ଦରକାର ପଡିଲେ ଏଥିପାଇଁ ବିନା ମୂଲ୍ୟରେ ଜମି ଓ ପ୍ରକଳ୍ପ ଖର୍ଚ୍ଚର ଅଧା ଓଡିଶା ସରକାର ପ୍ରଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ମାଓ ଉପଦ୍ରୁତ ୧୦ଟି ରାଜ୍ୟ ମଧ୍ୟରେ ଛତିଶଗଡ, ଝାରଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ,ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ରହିଛି ।

Leave A Reply

Your email address will not be published.