Latest Odisha News

BREAKING NEWS

ଗ୍ରେଡର ଧକ୍କାରେ ଜଣେ ମୃତ, ୪ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ନିକଟ ବଳଦିଆବନ୍ଧ ପାଖରେ ସୋମବାର ଦିନ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଜଣକ ଭରତ ବେହେରା ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ୫୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଥିବାବେଳେ ଏଥିରେ ନିୟୋଜିତ ଏକ ଗ୍ରେଡର ପ୍ରଥମେ ଗୋଟିଏ ସ୍କୁଟି ଓ ପରେ ଆଉ ଗୋଟିଏ ବାଇକକୁ ଧକ୍କା ଦେଇଥିଲା । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିଲେ ।

ତେବେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.